Site icon Odisha.com

ଦିବଂଗତ ସଦସ୍ୟ ଏବଂ ଶହୀଦଙ୍କୁ ବିଧାନସଭାରେ ଶ୍ରଦ୍ଧାଜଂଳୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ବିଧାନସଭା ପ୍ରାରମ୍ଭରୁ ୭ ଜଣ ଦିବଂଗତ ସଦସ୍ୟ ଓ ୬ ଜଣ ଶହୀଦଙ୍କ ପ୍ରତି ବିଧାନ ସଭାପକ୍ଷରୁ ଶ୍ରଦ୍ଧାଜଂଳୀ ଅର୍ପଣ କରାଯାଇଛି ।

ଗୃହର ନେତା ନବୀନ ପଟ୍ଟନାୟକ ଦିବଂଗତ ସଦସ୍ୟ ଓ ଶହୀଦମାନଙ୍କ ସ୍ମୃତିଚାରଣ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।

ଦିବଂଗତ ସଦସ୍ୟ ଓ ଶହୀଦ ହେଲେ ନିତ୍ୟାନନ୍ଦ ମହାପାତ୍ର, ନଳିନୀକାନ୍ତ ମହାନ୍ତି, ରାଧାମୋହନ ନାୟକ, ଚନ୍ଦ୍ରମାଧବ ମିଶ୍ର, ସତ୍ୟସୁନ୍ଦର ମିଶ୍ର, କେଶବ ଚନ୍ଦ୍ର ସାହୁ , ଅଜିତ ହେମ୍ବ୍ରମ,ଶହୀଦ କୃପାରାମ ମାଝୀ, ନରେନ୍ଦ୍ର ପଟେଲ, ରଂଜନ କୁମାର ଷଡଙ୍ଗୀ, ଅଜୟ କୁମାର ସାହୁ, ଅଜିତ୍ ସୋଡି ଏବଂ ନାରାୟଣ ସୁନା ।

ବିରୋଧୀ ଦଳର ନେତା ଭୂପିନ୍ଦର ସିଂ,ବିଜେପିରୁ କନକ ବର୍ଦ୍ଧନ ସିଂହେଓ,ସିପିଆଇର ଆନନ୍ଦ ସେଠୀ ଶୋକ ପ୍ରସ୍ତାବକୁ ସମର୍ଥନକରି ଶ୍ରଦ୍ଧାଜଂଳୀ ଅପଣ କରିଥିଲେ । ଶେଷରେ ବାଚସ୍ପତି ପ୍ରଦୀପ କୁମାର ଅମାତ ସ୍ମୃତିଚାରଣ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ ପରେ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version