Site icon Odisha.com

ବେଆଇନ କ୍ରସର ରୋକିବାରେ ସରକାରଙ୍କ ଅସହାୟତା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୨୮(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟରେ ଚାଲିଥିବା ବେଆଇନ କ୍ରସର ନେଇ ବିଧାୟକମାନେ ବିଧାନସଭାରେ ଉ୍ବେଗ ପ୍ରକାଶ କରିଥିଲେ ।

ଜାତୀୟ ରାଜପଥ ପାଶ୍ୱର୍ରେ ଓ ବିଭିନ୍ନ ସ୍ଥାନରେ ବେଆଇନ ଭାବେ କ୍ରସର କରାଯାଇ ବ୍ୟାପକ ଚାଷଜମି ନଷ୍ଟ କରାଯାଉଥିବା ବିଧାୟକମାନେ ଅଭିଯୋଗ କରିଥିଲେ ।

ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଥିଲେ । ଏଥିପାଇଁ ଏକ ଟାସ୍କଫୋର୍ସ ଗଠନ ଲାଗି ବିଧାୟକମାନେ ପ୍ରସ୍ତାବ ରଖିଥିଲେ ।

ବିଧାୟକ ସନ୍ତୋଷ ସିଂ ସାଲୁଜା,ଦେବାଶୀଷ ନାୟକ, କନକ ବର୍ଦ୍ଧନ ସିଂହେଓ, ପ୍ରତାପ ଷଡଙ୍ଗୀ, ଆଦିକନ୍ଦ ସେଠୀ, ନବ କିଶୋର ଦାସ, ପ୍ରଦୀପ ପାଣିଗ୍ରାହୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନବୀନ ନନ୍ଦ ଓ ସାଧୁ ନେପାକ ପ୍ରମୁଖଙ୍କ ଅତିରିକ୍ତ ପ୍ରଶ୍ନର ଉତ୍ତରରରେ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ କହିଲେ କ୍ରସର ଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ଏନଫୋର୍ସମେଣ୍ଟ କ୍ଷମତା ସରକାରଙ୍କ ପାଖରେ କମ୍ ଓ ଦୁର୍ବଳ ।

ଏହି କ୍ଷମତା ବଢାଇବା ପାଇଁ ଅର୍ଥ ବିଭାଗକୁ ପ୍ରସ୍ତାବ ଦିଆଯାଇଛି । ବେଆଇନ କ୍ରସର ରୋକିବାକୁ ଏକ ଟାସ୍କଫୋର୍ସ ଗଠନ ଆବଶ୍ୟକ । ସରକାର ଚେଷ୍ଟା କରୁଥିବା ବେଳେ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସର ସହଯୋଗ ଦରକାର ।

ରାଜ୍ୟରେ ୧୭୦୦ କ୍ରସର ଅଛି । ୧୦୦୯ କ୍ରସର ପରିବେଶ ବିଭାଗ ବିନା ଅନୁମତିରେ ଚାଲୁଥିବା ବେଳେ ୩୭୯ କ୍ରସରକୁ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ମାତ୍ର ୭୨୫ଟି କ୍ରସର ୟୁନିଟ୍ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ପାଇଛନ୍ତି ।

ବେଆଇନ କ୍ରସରର ବିଦ୍ୟୁତ ସଂଯୋଗ କାଟିବାକୁ ଜିଲ୍ଲାପାଳ ଏବଂ ବିଦ୍ୟୁତ ବିଭାଗକୁ କୁହାଯାଇଛି ଏବଂ ଫୌଜଦାରୀ ମାମଲା ରୁଜ ପାଇଁ ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ଜାତୀୟ ରାଜପଥଠାରୁ ୫ଶହ ମିଟର ଦୁରରେ କ୍ରସର ବସାଇବାର ନିୟମ ଥିଲେ ମଧ୍ୟ ତାକୁ କେହି ମାନୁ ନାହାଁନ୍ତି ।

ରାଜ୍ୟରେ ୧୯ଟି ହଟମିକ୍ସ ମେସିନ ଚାଲିଥିବା ବେଳେ ୪ଟି ପ୍ରଦୁଷଣ ନିୟନ୍ତ୍ରଣ ବୋଡର ବିନାନୁମତିରେ ଚାଲିଛି ବୋଲି ମନ୍ତ୍ରୀ କହିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version