Site icon Odisha.com

ନେସ୍କୋ ଦୁଇ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ୧ମାସ ଜେଲ ଦଣ୍ଡାଦେଶ

ଓଡ଼ିଶା ଡ଼ଟ୍ କମ୍: ସ୍ନିଗ୍ଧା ରାୟ

ଭଦ୍ରକ, ଅଗଷ୍ଟ ୨୮ (ଓଡ଼ିଶା ଡ଼ଟ୍ କମ୍): ଦିକ୍ଷୀତ ଅଏଲ ଇଣ୍ଡଷ୍ଟ୍ରିଜରୁ ବିଦ୍ୟୁତ ସରବରାହ ବିଛିନ୍ନ କରାଯିବା ଘଟଣାରେ ନେସ୍କୋର ଭଦ୍ରକ ଡ଼ିଭିଜନ କାର୍ଯ୍ୟନିର୍ବାହି ଯନ୍ତ୍ରୀ ଓ ଏମଆରଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଜିଲା ଖାଉଟି ଫୋରମ ଏକ ମାସ ପାଇଁ ଜେଲ ଦଣ୍ଡାଦେଶ ଶୁଣାଇବା ସହ ଉଭୟଙ୍କ ବିରୁଦ୍ଧରେ ଜାମିନ ବିହିନ ଗିରଫ ପରୱାନା ଜାରୀ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଡ଼ାହାଣିଗଡ଼ିଆସ୍ଥିତ ଦିକ୍ଷୀତ ଅଏଲ ଇଣ୍ଡଷ୍ଟ୍ରିଜକୁ ଯୋଗାଇ ଦିଆଯାଇଥିବା ଖୁଣ୍ଟରେ ଲାଗିଥିବା ମିଟର କୌଣସି କାରଣରୁ ପୋଡ଼ିଯାଇଥିଲା ।

ଏମଆରଟି କାର୍ଯ୍ୟନିର୍ବାହି ଯନ୍ତ୍ରୀ ତନଖିବା ସମୟରେ ଏହା ଦେଖି ସଂପୃକ୍ତ ଶିଳ୍ପାନୁଷ୍ଠାନର ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦେଇଥିଲେ । ଏଥିସହ ପରବର୍ତ୍ତୀ ସମୟରେ ନେସ୍କୋର ଇଣ୍ଡଷ୍ଟ୍ରିଜକୁ ମିଟର ବାବରେଏଷ୍ଟିମେଟ କରି ୪୭ହଜାର ୫୯୨ଟଙ୍କା ଜମା କରିବାକୁ କୁହାଯାଇଥିଲା ।

ଦିକ୍ଷୀତ ସେହିମାସ ୨୯ତାରିଖରେ ବ୍ୟକ୍ତିଗତ ଭାବେ ନେସ୍କୋ କାର୍ଯ୍ୟଳୟକୁ ଯାଇ ଦେଖା କରି ଏହାର ପୁନଃବିଚାର ପାଇଁ କହିଥିଲେ । ମାତ୍ର ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିଲା । ତେଣୁ ଦିକ୍ଷୀତ ନେସ୍କୋ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଜିଲ୍ଲା ଖାଉଟି ଫୋରମରେ ଏକ ମାମଲା ରୁଜ୍ଜୁ କରିଥିଲେ ।

ନେସ୍କୋ କର୍ତ୍ତୃପକ୍ଷ ମଧ୍ୟ ଜିଲ୍ଲା ଖାଉଟି ଫୋରମରେ ମାମଲା ଦାୟର କରିଥିଲେ । ଫୋରମ ଉଭୟ ପକ୍ଷଙ୍କ ଯୁକ୍ତ ଶୁଣିବାପରେ ତୁରନ୍ତ ଉକ୍ତ ଇଣ୍ଡଷ୍ଟି୍ରକୁ ବିଦ୍ୟୁତ ସଂଯୋଗ ପାଇଁ ନେସ୍କୋକୁ ନିଦେ୍ର୍ଧଶ ଦେଇଥିଲେ । ନେସ୍କୋ କର୍ତ୍ତୃପକ୍ଷ ଏହି ନିର୍ଦ୍ଦେଶନାମା ବିରୁଦ୍ଧରେ ରାଜ୍ୟ ଖାଉଟି କମିଶନରେ ଅପିଲ କରିଥିଲେ । ରାଜ୍ୟ ଖାଉଟି କମିଶନର ଜିଲା ଫୋରମର ଏହି ରାୟ ଉପରେ ରହିତାଦେଶ ଜାରୀ କରିଥିଲେ ।

ପରବର୍ତ୍ତୀ ଶୁଣାଣୀ ସମୟରେ କମିଶନର ଉଭୟ ପକ୍ଷଙ୍କ ଶୁଣାଣୀ କରି ମାମଲାକୁ ରଦ୍ଧ କରିବା ସହିତ ଜିଲ୍ଲା ଫୋରମର ଆଦେଶକୁ କାଏମ ରଖିଥିଲେ ।

ରାଜ୍ୟ ଖାଉଟି କମିଶନରଙ୍କ ନିକଟରେ ଏହି ମାମଲା ଖାରଜ ହେବାପରେ ଜିଲ୍ଲା ଅଦାଲତ ପୁନର୍ବାର ତାଙ୍କ ଆଦେଶନାମାରେ ନେସ୍କୋକୁ ୩ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ପାଇଁ ନିଦେ୍ର୍ଧଶ ଦେଇଥିଲେ ମଧ୍ୟ ନେସ୍କୋ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରିନଥିଲେ ।

ଫଳରେ ଜିଲା ଫୋରମ ନେସ୍କୋକୁ ଏକ କାରଣ ଦର୍ଶାଅ ନୋଟିସ ଜାରୀ କରିଥିଲା । ମାତ୍ର ଏଥିପ୍ରତି କର୍ଣ୍ଣପାତ ନକରିବାରୁ ନେସ୍କୋ ଭଦ୍ରକ ଡ଼ିଭିଜନର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଓ ଏମ ଆରଟି କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ଜିଲା ଫୋରମ ଏକମାସ ଜେଲ ଦଣ୍ଡାଦେଶର ନିଦେ୍ର୍ଧଶ ଦେଇଛନ୍ତି ।

ଏହା ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମାଧ୍ୟମରେ ଟାଉନ ଥାନାଧିକାରୀଙ୍କ ନିକଟକୁ ୨ଜଣଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରୱାନା ପଠାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version