Site icon Odisha.com

ଝାରସୁଗଡାରୁ ଅପହୃତା ନାବାଳିକା କ୍ରାଇମବ୍ରାଞ୍ଚ ଦ୍ୱାରାଉଦ୍ଧାର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଝାରସୁଗଡା,ଅଗଷ୍ଟ ୨୯(ଓଡ଼ିଶା ଡ଼ଟ୍ କମ୍)-ଗତ ୧୭ ସେପ୍ଟେମ୍ବର ୨୦୦୮ ଝାରସୁଗଡା ଦ୍ୱିତୀୟ ବାଟାଲିୟନ ପରିସର ମଧ୍ୟରୁ ଏକ ନାବାଳିକାକୁ ସେଠାରେ ତାଲିମ ନେଉଥିବା ଅମରେଶ ସେଠୀ ନାମକ ଜଣେ ସିପାହୀ ଅପହରଣ କରି ନେଇ ଫେରାର ହୋଇ ଯାଇଥିଲା ।

ଅନେକଦିନପରେ ନାବାଳିକା ଓ ଅଭିଯୁକ୍ତ କଟକ ଲାଲାବାଗ ଥାନାରେ କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମପଣ କରିଛନ୍ତି ।

ଏ ସଂପର୍କରେ ଝାରସୁଗଡା ଥାନାରେ ଏକ ମାମଲା ରୁଜ ହୋଇଥିଲା । ଜିଲ୍ଲା ପୋଲିସ ଅପହୃତାକୁ ଉଦ୍ଧାରକରି ହାଇକୋଟ ନିର୍ଦ୍ଦେଶମତେ ବସୁନ୍ଧରା ରେ ରଖିଥିଲା । କିନ୍ତୁ ସେଠାରୁ ଅଭିଯୁକ୍ତ ସିପାହୀ ଉକ୍ତ ନାବାଳିକାକୁ ପୁର୍ନବାର ଅପହରଣ କରିନେଇଥିଲେ ।

ଘଟଣା ଗୁରୁତ୍ୱ ଦୃଷ୍ଟିରୁ ଉଚ୍ଚନ୍ୟାୟାଳୟ କ୍ରାଇମବ୍ରାଞ୍ଚ ତଦନ୍ତ ଓ ଅପହୃତା ନାବାଳିକାକୁ ଉଦ୍ଧାର କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏହି ମକଦ୍ଧମା ତଦନ୍ତ ସମୟରେ ଅପହୃତା ନାବାଳିକା ଓ ଅଭିଯୁକ୍ତ କଟକ ଲାଲାବାଗ ଥାନାରେ କ୍ରାଇମବ୍ରାଞ୍ଚ ନିକଟରେ ଆତ୍ମସମର୍ପଣ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version