Site icon Odisha.com

ଲୋୟର ଶୁକତେଲ ପ୍ରକଳ୍ପ ଦାବୀ କରି ବଲାଙ୍ଗୀର ବନ୍ଦ ଡାକରା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗୀର,ଅଗଷ୍ଟ ୩୦(ଓଡ଼ିଶା ଡ଼ଟ୍ କମ୍)-ଲୋୟର ଶୁୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀ ପକ୍ଷରୁ ବଲାଙ୍ଗିର କଲେକ୍ଟରେଟ୍ ସମ୍ମୁଖରେ ଲୋୟର ସୁକତେଲ ପ୍ରକଳ୍ପ କାମ ଆରମ୍ଭ ସହ ୧୧ଦଫା ଦାବୀନେଇ ଅନଶନ ଚାଲିଥିବା ବେଳେ ଶୁକ୍ରବାରଦିନ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି ।

ଶୁକତେଲ ପ୍ରକଳ୍ପ ଦାବିରେ ଚାଲିଥିବା ଅନଶନରେ ୪୪ ଜଣ ଜେଲେ ଗଲେଣି । ୨ ଜଣଙ୍କ ଅବସ୍ଥା ସଂକଟା ପନ୍ନ ହୋଇଛି । ଆସନ୍ତାକାଲିର ବଲାଙ୍ଗୀର ବନ୍ଦକୁ ସ୍ଥାନୀୟ ଜନସାଧାରଣ ସମର୍ଥନ ଦେବେ ବୋଲି ଜଣା ଯାଇଛି ।

ପ୍ରତ୍ୟେକ ଗ୍ରାମର ଲୋକମାନେ ଏହି ବନ୍ଦରେ ସାମିଲ ହେବେ । ଯଦି ସରକାର ଏହି ଘଟଣା ପ୍ରତି କର୍ଣ୍ଣପାତ ନକରନ୍ତି ତେବେ ସଂପୂର୍ଣ୍ଣ ବଲାଙ୍ଗୀରକୁ ଠପ୍ କରି ଦିଆଯିବ ବୋଲି କମିଟ୍ ପକ୍ଷରୁ କୁହା ଯାଇଛି ।

ଦୀର୍ଘ ୧୨ ବର୍ଷ ପରେ ବି ପ୍ରଶାସନିକ ଦଳର ଅବହେଲା ସାଙ୍ଗକୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ପ୍ରକଳ୍ପ ନିର୍ମାଣ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି । ୨୧୭କୋଟି ଟଙ୍କାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଲମ୍ବ ଯୋଗୁଁ ଏବେ ତାହା ୧୨ଶହ କୋଟି ଟଙ୍କାରେ ପହଂଚିଛି ।

ଗୋପାଳଜୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଲୋୟର ସୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀର ଅରୁଣ ମିଶ୍ର, ଶ୍ରୀକର ମିଶ୍ର, ଇଂ.ମଗନଲାଲ ଅଗ୍ରୱାଲ, ଇଂପ୍ରେମରାଜ ସାଏ, ବିକ୍ରମାନନ୍ଦ ବହିାର ପ୍ରମୁଖଙ୍କ ସହ ଲୋୟର ସୁକତେଲ ସେଚ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ବହୁ ଗ୍ରାମବାସୀ ଅନଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଲିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version