Site icon Odisha.com

ଲୋୟର ଶୁକତେଲ ପ୍ରକଳ୍ପକୁ ନେଇ ବିଧାନସଭାରେ କକା ପୁତୁରା ମୁହାଁମୁହିଁ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ଅଗଷ୍ଟ ୩୦(ଓଡ଼ିଶା ଡ଼ଟ୍ କମ୍)-ଗୃହରେ ଲୋୟର ଶୁକତେଲ ଝଡ, ବିରୋଧୀ ଅନଙ୍ଗ ମୁହାଁମୁହିଁ ହୋଇ ଥିବା ବେଳେ ଆସନ୍ତାକାଲି ସରକାରଙ୍କ ପକ୍ଷରୁ ବିବୃତି ରଖା ଯିବାକୁ ବାଚସ୍ପତି ନିଦେ୍ର୍ଧଶ ଦେଇଛନ୍ତି ।

ବଲାଙ୍ଗୀର ଜିଲ୍ଲାରେ ପ୍ରସ୍ତାବିତ ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପକୁ ନେଇ ବିଧାନସଭାରେ ପୁଣିଥରେ ଝଡ ସୃଷ୍ଟି ହୋଇଛି ।

ଶୂନ୍ୟକାଳରେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଥିଲେ ଯେ,ଲୋୟର ଶୁକତେଲ ଜଳସେଚନ ପ୍ରକଳ୍ପ ଦାବିରେ ବଲାଙ୍ଗୀରରେ ଆମରଣ ଅନଶନ କରୁଥିବା ଲୋକଙ୍କ ମଧ୍ୟରୁ ୨ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଉ ୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେଉଛି । ଯଦି କାହାର କ୍ଷତି ହୁଏ ସେଥିପାଇଁ ସରକାର ଦାୟୀ ରହିବେ ।

ବିଜେପି ପକ୍ଷରୁ ଏହା ଉପରେ ଆଲୋଚନା ଲାଗି ମୁଲତବୀ ପ୍ରସ୍ତାବ ଦିଆଯାଇଛି । ଗୃହରେ ଏ ବିଷୟରେ ଆଲୋଚନା ହେବା ଦରକାର । ଶ୍ରୀ ସିଂହଦେଓଙ୍କ ଅଭିଯୋଗକୁ ଖଣ୍ଡନକରି ବିଜେଡି ବିଧାୟକ ଅନଙ୍ଗ ଉୟ ସିଂହଦେଓ କହିଥିଲେ ଯେ,ଏ ଆନ୍ଦୋଳନ ନୂଆନୁହେଁ ।

ଏହାପୂର୍ବରୁ ଅନେକଥର ହୋଇଛି । ଯେତେବେଳେ ଏହି ପ୍ରକଳ୍ପର କାମ ଆରମ୍ଭ ହେଉଛି କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠିର ଲୋକେ ଏହାକୁ ବନ୍ଦ କରିବାକୁ ଚାହୁଁଛନ୍ତି । ସରକାର ଏହି ପ୍ରକଳ୍ପ ଆରମ୍ଭ କରିବା ନେଇ ପ୍ରତିଶ୍ରୁତି ବଦ୍ଧ ଅଛନ୍ତି ।

କଂଗ୍ରେସର ସନ୍ତୋଷ ସିଂହ ସାଲୁଜା ଓ ସୁରେନ୍ଦ୍ର ସିଂ ଭୋଇ ଦାବି କରିଥିଲେ ଯେ ଏ ବିଷୟରେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ବିବୃତି ଦିଅନ୍ତୁ । କେବେ ଏହି ପ୍ରକଳ୍ପ ଆରମ୍ଭ ହେବ ତାହା ମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରନ୍ତୁ ।

ବିଜେଡିର ଅନଙ୍ଗ ଉୟ ସିଂହ ଦେଓକହିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପଲାଗି ଅଙ୍ଗିକାର ବଦ୍ଧ । ଏହି ପ୍ରକଳ୍ପ ନିଶ୍ଚିତ ହେବ । ବଲାଙ୍ଗୀର ବାସୀ ପାଣି ପାଇବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version