Site icon Odisha.com

ଗୋରୁ ଚାଲାଣ ନିରୋଧ ଆଇନ କାର୍ଯ୍ୟକାରୀ ଦାବୀରେ ଧାରଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କେନ୍ଦ୍ରାପଡା,ସେପ୍ଟେମ୍ବର ୩ (ଓଡ଼ିଶା ଡ଼ଟ୍ କମ୍)-ଭାରତୀୟ ଜନତା ପାର୍ଟି ଗୋ-ବଂଶ ବିକାଶ ପ୍ରକୋଷ୍ଠ ତରଫରୁ ୧୧ ଦଫା ସମ୍ବଳୀତ ଦାବୀନେଇ ଆସନ୍ତା ୫ ତାରିଖଦିନ ଦିବା ୧୦ ଘଟିକାରେ ଭୁବନେଶ୍ୱରର ଲୋୟର ପିଏମ୍ଜି ଠାରେ ଏକ ବିଶାଳ ଗଣଧାରଣା ଅନୁଷ୍ଠିତ ହେବ ।

ସଂଗଠନର ରାଜ୍ୟ ସହସଂଯୋଜକ ନାଗାସନ୍ଥ କୃଷ୍ଣ ଦାସ କହିଛନ୍ତି ଯେ, ପଶୁ ଅତ୍ୟାଚାର ନିରୋଧ ଆଇନ ୧୯୬୦ ଓ ରାଜ୍ୟ ଗୋହତ୍ୟା ନିରୋଧ ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯାଉ ନଥିବାରୁ ପ୍ରତି ମାସରେ ରାଜ୍ୟ ବାହାରକୁ ଲକ୍ଷାଧିକ ସଂଖ୍ୟାରେ ଗୋରୁ ଚାଲାଣ ହେଉଥିବା ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରୁ ଜଣାପଡିଛି ।

ଏହି ବେଆଇନ ଗୋରୁ ଚାଲାଣରେ କେନ୍ଦ୍ରାପଡ଼ା ଜିଲା ରେକର୍ଡ ସୃଷ୍ଟି କରିଛି । ଆଳି, ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା ସମେତ କେନ୍ଦ୍ରାପଡା ପ୍ରଭୃତି ଅଞ୍ଚଲରୁ ମାସକୁ ୨୪ ହଜାର ଗୋରୁ କଲକତାକୁ ଚାଲାଣ କରାଯାଉଛି ।

ଏହି ବେଆଇନ ଗୋରୁ ଚାଲାଣ ରୋକିବାରେ ପ୍ରଶାସନ କ’ଣ କରୁଛି ବୋଲି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଲାଭଖୋର ଗୋରୁ ବ୍ୟବସାୟୀ ଓ ଏଜେ ମାନେ ଏହି ବେଆଇନ କାରବାର ଚଳାଇଆସୁଛନ୍ତି ।

ଗୋରୁ ଚାଲାଣରୁ ବ୍ୟବସାୟୀମାନେ ବିପୁଳ ଅର୍ଥ ଉପାର୍ଜନ କରୁଥିବା ଅଭିଯୋଗ ହୋଇଥିଲା । ଗୋରୁ କଳାବଜାରମାନେ ଗାଁ ତଥା ହାଟମାନଙ୍କରୁ ଗୋରୁ କିଣି ଏକଜୁଟ କରିବା ପରେ ମୁଖ୍ୟ ବ୍ୟବସାୟୀଙ୍କୁ ଖବର ଦେଇଥାନ୍ତି ।

ସଂପୃକ୍ତ ବ୍ୟବସାୟୀ ମହଜୁଦ ସ୍ଥାନରୁ ଟ୍ରକ ଯୋଗେ ଗୋରୁମାନଙ୍କୁ କଲିକାତା ସ୍ଥାନାନ୍ତର କରୁଥିବା ଜଣାପଡିଛି । କେନ୍ଦ୍ରାପଡାର ବିଭିନ୍ନ ଅଞ୍ଚଳରୁ ମଧ୍ୟ କିଣା ଯାଉଥିବା ଗୋରୁମାନଙ୍କୁ ଚଉ କୁଲାଟ ଦାଣ୍ଡିସାହି, ଆଳି-ଚାନ୍ଦବାଲି ରାସ୍ତାେଇ ଚଲାଇ ଚଲାଇ ଶହଶହ ଗୋରୁମାନଙ୍କୁ ମଧ୍ୟ କଲିକତା ଚାଲାଣ କରାଯାଉଛି ବୋଲି ସନ୍ଥ କୃଷ୍ଣ ଦାସ ପ୍ରକାଶ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version