ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର ,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)- ମଙ୍ଗଳବାର ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଏକ ଛୋଟ ଅଳବଳ କରିଛନ୍ତି ।
ଜନଗଣନା ର୍ନିେଶକ ବିଷ୍ନୁପଦ ସେଠୀଙ୍କୁ ସମବାୟ ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ବେଳେ ଇପିକଲ୍ର ସିଏମଡି ସିଜେ ବେନୁଗୋପାଳକୁ ସାଧାରଣ ଉଦ୍ୟୋଗ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।
ଠିକ୍ ସେହିପରି ବାଣିଜ୍ୟ ଓ ପରିବହନ ବିଭାଗର ସଚିବ ମାଥି ଭାଥାନନଂକୁ ଇପିକଲର ଅତିରିକ୍ତ ଦାୟିତ୍ଵ ଦିଆଯାଇଛି । ଏହା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଞପ୍ତି ଜାରି କରାଯାଇଛିା
ଓଡ଼ିଶା ଡ଼ଟ୍ କମ୍