Site icon Odisha.com

ଅବୈଧ ଗୋ-ଚାଲାଣ ବନ୍ଦ ଦାବିରେ ଧାରଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)- ଭାରତୀୟ ଜନତାପାଟି ରଷ୍ଟ୍ରୀୟ ଗୋ-ବଂଶ ବିକାଶ ପ୍ରକୋଷ୍ଠ, ଓଡିଶା ଶାଖା ତରଫରୁ ବୁଧବାର ସ୍ଥାନୀୟ ଲୋୟର ପିଏମ୍ଜି ଠାରେ ଏକ ୧୧ଦଫା ଦାବି ନେଇ ଏକଦିନିକିଆ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି ।

ସନ୍ଥ କୃଷ୍ଣାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଧାରଣାରେ ବିଧାୟକ ପ୍ରତାପ ଷଡଙ୍ଗୀ, ବିମ୍ବାଧର କୁଆଁର , ବସନ୍ତପଣ୍ଡା, ସଂଗଠନର ରାଜ୍ୟ ସହସଂଯୋଜକ ସଂଗ୍ରାମ ସ୍ୱାଇଁ, ପ୍ରେମାନନ୍ଦ ବେହେରା, ମହେଶ୍ୱର ସାହ, ଭୂପେଷ ନାୟକ, ପୂର୍ଣ୍ଣ ଚନ୍ଦ୍ର ରାଉତ, ପୂଣ୍ଣ ଚନ୍ଦ୍ର ପାଣି, ଅଶୋକ ଅଗ୍ରୱାଲ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଅବୈଧ ଗୋ-ଚାଲାଣ ବନ୍ଦ, ଗୋ ସେବକଙ୍କ ଉପରେ ହୋଇଥଇବା ମିଥ୍ୟା ମକଦ୍ଧମାକୁ ପ୍ରତ୍ୟାହାର, ଗୋପାଳକଙ୍କୁ ରିହାତି ମୂଲ୍ୟରେ ଗୋ-ଖାଦ୍ୟ, ଗୋ-ବଂଶ ଯୋଗାଇବା ଆଦି ଦାବି ନେଇ ଅଶୋକ ଅଗ୍ରୱାଲଙ୍କ ନେତୃତ୍ୱରେ ଏକ ଚାରିଜଣିଆ ପ୍ରତିନିଧି ଦଳ ସଚ୍ଚିବାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଦାବୀପତ୍ର ପ୍ରଦାନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version