Site icon Odisha.com

କୃତୀ ଛାତ୍ରଛାତ୍ରୀ, ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ପ୍ରଦାନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)- ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବୁଧବାର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୦୦୯ ମସିହା ପାଇଁ ପ୍ରାଥମିକ ସ୍ତରରେ ୧୭ ଜଣ, ମାଧ୍ୟମିକ ସ୍ତରରେ ୧୮ ଜଣ ଏବଂ ସଂସ୍କୃତ ଅନୁଷ୍ଠାନରୁ ଜଣେ, ୨୦୧୦ ପାଇଁ ପ୍ରାଥମିକ ସ୍ତରରେ ୧୪ ଜଣ, ମାଧ୍ୟମିକ ସ୍ତରରେ ୧୬ ଜଣ ଏବଂ ସଂସ୍କୃତ ଅନୁଷ୍ଠାନରୁ ଜଣେ କୃତୀ ଶିକ୍ଷକଙ୍କୁ ରାଜ୍ୟ ସମ୍ମାନରେ ସମ୍ମାନୀତ କରିଥିଲେ ।

ସେହିପରି ୨୦୧୨ହାଇସ୍କୁଲ ସାର୍ଟିଫିକେଟ ପରିକ୍ଷାରେ ସମଗ୍ର ରାଜ୍ୟରେ କୃତିତ୍ୱ ପ୍ରଦର୍ଶନ କରି ମେଧା ତାଲିକାରେ ପ୍ରଥମ ୧୦୦ ଜଣ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ୧୧୦ ଜଣ ଛାତ୍ରଛାତ୍ରୀ ତଥା ମଦ୍ରାସାବୋର୍ଡର ମୌଲବୀ ପରୀକ୍ଷାରେ କୃତିତ୍ୱ ପ୍ରଦର୍ଶନ କରିଥିବା ୫ ଜଣ ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷାର୧୩ ଜଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମେଧା ସମ୍ମାନ ପ୍ରଦାନ କରାଯାଇଥିଲା ।

ଏତବ୍ୟତୀତ ଏହି କୃତୀ ଛାତ୍ରଛାତ୍ରୀମାନେ ଅଧ୍ୟୟନ କରିଥିବା ବିଦ୍ୟାଳୟ ମାନଙ୍କର ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରି, ସଂସ୍କୃତ ଟୋଲର ହେଡ୍ପଣ୍ଡିତ ୫ ଜଣ ଓ ମ୍ରାସାର ୫ ଜଣ ହେଡ୍ ମୌଲବିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।

ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ଡଃ ସ୍ୱାମୀନାଥନ ହଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କୃତୀ ଶିକ୍ଷକ ଓ ଶିକ୍ଷୟତ୍ରି ଓ ଛାତ୍ରଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ସେମାନେ ନିଜର ପ୍ରତିଭା ଓ ପରିଶ୍ରମ ଦ୍ୱାରା ଦେଶ ଓ ଜାତିର ଗୌରବ ବଢ଼ାଇବେ ବୋଲି ଆଶା ପ୍ରକାଶ କରିଥିଲେ ।

ଭାରତ ପରି ଏକ ବିକାଶଶୀଳ ଦେଶରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସକରାତ୍ମକ ଦୃଷ୍ଠିଭଙ୍ଗୀ ଏବଂ ନିଷ୍ଠା ଓ ସେବା ମନୋଭାବ ନେଇ କାର୍ଯ୍ୟକଲେ ସଫଳତା ନିଶ୍ଚୟ ହାସଲ କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ଶ୍ରୀ ରବିନାରାୟଣ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ମାଧ୍ୟମିକ ଶିକ୍ଷା ର୍ନିେଶକ ଶ୍ରୀ ଶ୍ରୀକାନ୍ତ ପୃଷ୍ଟି, ପ୍ରାଥମିକ ଶିକ୍ଷା ର୍ନିେଶକ ଶ୍ରୀ ଶୁକଦେବ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ଗୁରୁ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁଇ ନମ୍ବର ବାଳିକା ଉଚ୍ଚବିଦ୍ୟାଳୟରେ ୟୁ.ଟିଇଏ ପକ୍ଷରୁ ଆୟୋଜିତ ୧୮ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଶିକ୍ଷାର ଗୁଣାତ୍ମକ ମାନ ଓ ମୁଲ୍ୟବୋଧର ସୁରକ୍ଷା ପାଇଁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version