Site icon Odisha.com

ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ତରଫରୁ ଆଲୋଚନା ଚକ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର ,ସେପ୍ଟେମ୍ବର ୫ (ଓଡ଼ିଶା ଡ଼ଟ୍ କମ୍)- ବଙ୍ଗଳାଦେଶୀ ଅନୁପ୍ରବେଶ କାରଣରୁ ଆସାମରେ ସୃଷ୍ଟି ହୋଇଥିବା ସମସ୍ୟାବଳୀ ଉପରେ ଏକ ଆଲୋଚନା ଚକ୍ର ରାଷ୍ଟ୍ରୀୟ ସୁରକ୍ଷା ମଞ୍ଚ ତରଫରୁ ସ୍ଥାନୀୟ ୟୁନିଟ-୪ ସ୍ଥିତ ଇନ୍ଷ୍ଟିଚୁଟ୍ ଅଫ ଇଂଜିନିୟରସ୍ ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି ।

ମହେଶ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ଆସାମର ବିଶିଷ୍ଟସମାଜସେବୀ ପ୍ରତିଭା ବ୍ରହ୍ମା ମୁଖ୍ୟ ଅତିଥି ଓ ଭାରତୀୟ ମଜୁର ସଂଘର ଅଖିଳ ଭାରତୀୟ ସଂଗଠନ ସଂପାକ କୃଷ୍ଣ ଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗେଇଥିଲେ ।

ଦେଶର ବିଭିନ୍ନ ସ୍ଥାନରେ ବାଂଲାଦେଶୀ ମୁସଲମାନମାନଙ୍କର ଅନୁପ୍ରବେଶ ନିର୍ବିଘ୍ନରେ ବଢ଼ିଚାଲିଛି । ସେଥିପାଇଁ ଦେଶର ସୀମା ଆଦୌ ସୁରକ୍ଷିତ ନୁହେଁ । ଧର୍ମନିରପେକ୍ଷତାର ଦ୍ଵାହିଦେଇ ଏହି ବାଂଲାଶେୀ ମୁସଲମାନ ଅନୁପ୍ରବେଶକାରୀମାନେ ଆଜି ମହାରାଷ୍ଟ୍ର, ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ପ୍ରଭୃତି ରାଜ୍ୟରେ ସ୍ଥାୟୀ ବସବାସ କରି ନିଜର ଆଧିପତ୍ୟ ଜାହିର କରିବାରେ ଲାଗିଛନ୍ତି ।

ଆମ ଶେରେ ସେମାନଙ୍କୁ ପଡ଼ି କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର ଆଦି ସମସ୍ତ ସୁବିଧାସୁଯୋଗ ଯୋଗାଇ ଦିଆଯାଉଛି । ଏପରିକି ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ସୁବିଧାସୁଯୋଗ ଦିଆଯାଉଛି ।

ଯେ କେହି ଏହି ଅନୁପ୍ରବେଶକାରୀଙ୍କ ବିରୋଧରେ ସ୍ୱର ଉତୋଳନ କରୁଛି ସେମାନଙ୍କୁ ସଂଖ୍ୟାଲଘୁ ବିଦ୍ଵେଷୀ ବୋଲି ଆଖ୍ୟା ଦିଆଯାଉଛି । ସେହି ବ୍ୟକ୍ତିମାନେ ମାନବିକ ଅଧିକାର କମିଶନକୁ ଯାଇ ସେମାନଙ୍କର ସୁରକ୍ଷା ଦାବି କରୁଛନ୍ତି ।

ଯେ ଏବେଠାରୁ ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବା ପରବର୍ତ୍ତୀ ସମୟରେ ରାଷ୍ଟ୍ରର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବ ବୋଲି ବକ୍ତାମାନେ ଆଲୋଚନା ଚକ୍ରରେ ମତବ୍ୟକ୍ତ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version