• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ବୈଜୟନ୍ତୀମାଳାଙ୍କ ଭାରତନାଟ୍ୟମ ନୃତ୍ୟରେ ଦର୍ଶକ ବିଭୋର

September 7, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୭(ଓଡ଼ିଶା ଡ଼ଟ୍ କମ୍)- ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସଂଧ୍ୟାାର କାର୍ଯ୍ୟାକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାାତ ଭାରତନାଟ୍ୟାମ ନୃତ୍ୟାଙ୍ଗନା ଏବଂ ବିଗତିନର ଲୋକପ୍ରିୟ ଚଳଚିତ୍ର ନାୟିକା ଡ଼. ବୈଜୟନ୍ତୀମାଲା ବାଲିଙ୍କର ଭାରତନାଟ୍ୟମରେ ମୁଥୁସ୍ୱାମୀ ଦିକ୍ଷିତାରାଙ୍କ ରଚିତ ଗଣପତି ବନ୍ଦନା ଯାହା ରାଗ ନାଟାୟୀ ଏବଂ ଆଦିତାଳରେ ନିବଦ୍ଧଥିଲା ।

ରାଗ ଜଗନ ମୋହିନି ଓ ଋପକ ତାଳରେ ନିବଦ୍ଧ ଗୋପାଳକୃଷ୍ଣ ଭାରତୀଙ୍କ ରଚିତ କିତର୍ତ୍ତନମରେ ମାତା ପାର୍ବତୀଙ୍କର ବନ୍ଦନା କରିଥିଲେ । ତା ପରେ ମହାରାଜା ସ୍ୱାତୀ ଥିରୁନାଲଙ୍କ ରଚିତ ଋପକ ତାଳ ଏବଂ କାଫି ରାଗରେ ପର୍ଯ୍ୟବେଷିତ ଶୁଦ୍ଧ ନୃତ୍ୟ ସହିତ ଅଭିନୟ ପରିବେଷଣ କରିଥିଲେ ଯେଉଁଥିରେ ସେ ଅଭିସାରିକା ନାୟିକା ଭାବରେ ପ୍ରଭୁ ପ୍ମନାଭଙ୍କର ସାନ୍ନିଧ୍ୟକୁ ଅପେକ୍ଷା କରିଥିଲେ ଏବଂ ପରେ ନାରାୟଣ ତୀର୍ଥ ରଚିତ ରାଗ ବାଗେଶ୍ରୀ ଓ ଖଣ୍ଡଚପୁ ତାଳରେ ନିବଦ୍ଧ ତରଙ୍ଗିନୀରେ ଗୋପୀଙ୍କ ସହିତ ଲୀଳା ଅଭିନୟ କରିଥିଲେ ।

ଶେଷରେ ମୁଥୁସ୍ୱାମୀଙ୍କ ରଚିତ ରାଗ ବସନ୍ତ ଓ ଆଦିତାଳରେ ନିବଦ୍ଧ ଶୁଭ ମଙ୍ଗଳମ ପରିବେଷଣ କରିଥିଲେ । ନିଖୁଣ ଅଭିନୟ, ଚମତ୍କାର ଅଙ୍ଗଭଙ୍ଗୀ ଓ ଭାବପ୍ରକାଶ ତାଙ୍କର ପରିବେଷଣକୁ ଜୀବନ୍ତ ଓ ପ୍ରାଣସ୍ପର୍ଶୀ କରିଥିଲା । ବିମୁଗ୍ଧ ରସିକ ଦର୍ଶକମାନେ ଛିଡ଼ା ହୋଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ ।

ଦ୍ଵିତୀୟ ପର୍ଯ୍ୟାୟରେ ଜୟଦେବ ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ବାହାନା ବାହାନାକୁ ଦର୍ଶକମାନେ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ । ନାଟକର ମୂଳ ରଚନା କରିଥିଲେ ବିଖ୍ୟାତ ହିନ୍ଦୀ ଲେଖକ ରମେଶ ମେହେଟା ଏବଂ ଅନୁବାଦ କରିଥିଲେ ଶ୍ରୀମତୀ ଅମୀୟବାଳା ମିଶ୍ର ।

ଉତ୍ସବର ଅତିଥିମାନେ ଥିଲେ ରାଜସ୍ୱ ପରିଷର ସଭ୍ୟ ଡ଼. ଅରବିନ୍ଦ ବେହେରା, ପ୍ରମୁଖ ଶାସନ ସଚିବ, ମତ୍ସ୍ୟ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସୁରେନ୍ଦ୍ର ନାଥ ତ୍ରିପାଠୀ ଏବଂ ନିର୍ଦ୍ଦେଶକ ସୃଜନ, ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀମତୀ ସାଧନା ଶ୍ରୀବାସ୍ତବ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ଓଡିଶା ଖବର, ମୁଖ୍ୟ ଖବର Tagged With: ଗୁରୁ କେଳୁଚରଣ ମହାପାତ୍ର, ଭାରତନାଟ୍ୟମ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version