ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ସେପ୍ଟେମ୍ବର ୭(ଓଡ଼ିଶା ଡ଼ଟ୍ କମ୍)- ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ତୃତୀୟ ସଂଧ୍ୟାାର କାର୍ଯ୍ୟାକ୍ରମ ଆରମ୍ଭ ହୋଇଥିଲା ପ୍ରଖ୍ୟାାତ ଭାରତନାଟ୍ୟାମ ନୃତ୍ୟାଙ୍ଗନା ଏବଂ ବିଗତିନର ଲୋକପ୍ରିୟ ଚଳଚିତ୍ର ନାୟିକା ଡ଼. ବୈଜୟନ୍ତୀମାଲା ବାଲିଙ୍କର ଭାରତନାଟ୍ୟମରେ ମୁଥୁସ୍ୱାମୀ ଦିକ୍ଷିତାରାଙ୍କ ରଚିତ ଗଣପତି ବନ୍ଦନା ଯାହା ରାଗ ନାଟାୟୀ ଏବଂ ଆଦିତାଳରେ ନିବଦ୍ଧଥିଲା ।
ରାଗ ଜଗନ ମୋହିନି ଓ ଋପକ ତାଳରେ ନିବଦ୍ଧ ଗୋପାଳକୃଷ୍ଣ ଭାରତୀଙ୍କ ରଚିତ କିତର୍ତ୍ତନମରେ ମାତା ପାର୍ବତୀଙ୍କର ବନ୍ଦନା କରିଥିଲେ । ତା ପରେ ମହାରାଜା ସ୍ୱାତୀ ଥିରୁନାଲଙ୍କ ରଚିତ ଋପକ ତାଳ ଏବଂ କାଫି ରାଗରେ ପର୍ଯ୍ୟବେଷିତ ଶୁଦ୍ଧ ନୃତ୍ୟ ସହିତ ଅଭିନୟ ପରିବେଷଣ କରିଥିଲେ ଯେଉଁଥିରେ ସେ ଅଭିସାରିକା ନାୟିକା ଭାବରେ ପ୍ରଭୁ ପ୍ମନାଭଙ୍କର ସାନ୍ନିଧ୍ୟକୁ ଅପେକ୍ଷା କରିଥିଲେ ଏବଂ ପରେ ନାରାୟଣ ତୀର୍ଥ ରଚିତ ରାଗ ବାଗେଶ୍ରୀ ଓ ଖଣ୍ଡଚପୁ ତାଳରେ ନିବଦ୍ଧ ତରଙ୍ଗିନୀରେ ଗୋପୀଙ୍କ ସହିତ ଲୀଳା ଅଭିନୟ କରିଥିଲେ ।
ଶେଷରେ ମୁଥୁସ୍ୱାମୀଙ୍କ ରଚିତ ରାଗ ବସନ୍ତ ଓ ଆଦିତାଳରେ ନିବଦ୍ଧ ଶୁଭ ମଙ୍ଗଳମ ପରିବେଷଣ କରିଥିଲେ । ନିଖୁଣ ଅଭିନୟ, ଚମତ୍କାର ଅଙ୍ଗଭଙ୍ଗୀ ଓ ଭାବପ୍ରକାଶ ତାଙ୍କର ପରିବେଷଣକୁ ଜୀବନ୍ତ ଓ ପ୍ରାଣସ୍ପର୍ଶୀ କରିଥିଲା । ବିମୁଗ୍ଧ ରସିକ ଦର୍ଶକମାନେ ଛିଡ଼ା ହୋଇ ତାଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ ।
ଦ୍ଵିତୀୟ ପର୍ଯ୍ୟାୟରେ ଜୟଦେବ ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ନାଟକ ବାହାନା ବାହାନାକୁ ଦର୍ଶକମାନେ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ । ନାଟକର ମୂଳ ରଚନା କରିଥିଲେ ବିଖ୍ୟାତ ହିନ୍ଦୀ ଲେଖକ ରମେଶ ମେହେଟା ଏବଂ ଅନୁବାଦ କରିଥିଲେ ଶ୍ରୀମତୀ ଅମୀୟବାଳା ମିଶ୍ର ।
ଉତ୍ସବର ଅତିଥିମାନେ ଥିଲେ ରାଜସ୍ୱ ପରିଷର ସଭ୍ୟ ଡ଼. ଅରବିନ୍ଦ ବେହେରା, ପ୍ରମୁଖ ଶାସନ ସଚିବ, ମତ୍ସ୍ୟ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ସୁରେନ୍ଦ୍ର ନାଥ ତ୍ରିପାଠୀ ଏବଂ ନିର୍ଦ୍ଦେଶକ ସୃଜନ, ଗୁରୁ ଶ୍ରୀ ରତିକାନ୍ତ ମହାପାତ୍ର । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଶ୍ରୀମତୀ ସାଧନା ଶ୍ରୀବାସ୍ତବ ।
ଓଡ଼ିଶା ଡ଼ଟ୍ କମ୍