Site icon Odisha.com

କାର୍ଯ୍ୟାନୁଷ୍ଠାନ ଦାବିକରି ରାଜ୍ୟପାଳଙ୍କୁ ସାକ୍ଷାତକଲେ କଂଗ୍ରେସ ନେତୃବୃନ୍ଦ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୭(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟପାଳ ମୂରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କୁ କଂଗ୍ରେସ ନେତୃବୃନ୍ଦ ସାକ୍ଷାତକରି ଗତକାଲିର ଘଟଣା ସଂପର୍କରେ ଅବଗତ କରିଛନ୍ତି ।

ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜଭବନକୁ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଥିଲେ । ପୋଲିସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଭାବେ ସମାବେଶ କରୁଥିବା କଂଗ୍ରେସକର୍ମୀଙ୍କ ଉପରେ ଆକ୍ରମଣ କରାଯିବା ଘଟଣାର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version