Site icon Odisha.com

ଡଷ୍ଟବିନ୍ ରେ ଫିଙ୍ଘା ଯାଇଥିବା ଶିଶୁ ଜୀବୀତ !

ଓଡ଼ିଶା ଡ଼ଟ୍ କମ୍: ଅମରନାଥ ପରିଡା

ଜଗତସିଂପୁର,ସେପ୍ଟେମ୍ବର ୭ (ଓଡ଼ିଶା ଡ଼ଟ୍ କମ୍)- ଜଗତସିଂପୁର ଡାକ୍ତରଖାନାରେ ଏକ ନବଜାତ ଶିଶୁକୁ ମୃତ ବୋଲି ଭାବି ଡଷ୍ଟବିନ୍ ରେ ଫିଙ୍ଘି ଦିଆଯିବାର କିଛି ସମୟ ପରେ ଉକ୍ତ ଶିଶୁ କ୍ରନ୍ଦନ କରିଥିଲା ।

ରାଇବରେଇ ଗ୍ରାମର ବାସନ୍ତୀ ସ୍ୱାଇଁ ନାମକ ଜଣେ ମହିଳା ଡାକ୍ତରଖାନାରେ ପ୍ରସୁତି ପାଇଁ ଭର୍ତି ହୋଇଥିଲେ । ଗୁରୁବାର ସଂଧ୍ୟାରେ ତାକଂର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା ।

ଜନ୍ମ ହେଲାପରେ ସେ କ୍ରନ୍ଦନ ନ କରିବାରୁ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ ଓ ତାକୁ ଡଷ୍ଟବିନ୍ ରେ ଫିଙ୍ଘି ଦିଆଯାଇଥିଲା । ମାତ୍ର ଡଷ୍ଟବିନ୍ ରେ ପଡିବାର କିଛି ସମୟ ପରେ ଶିଶୁଟି କାନ୍ଦିବାକୁ ଆରମ୍ଭ କରିଥିଲା ।

ଶିଶୁଟିକୁ ଉଦ୍ଧାର କରି ଡାକ୍ତରଖାନାକୁ ଚିକିତ୍ସାପାଇଁ ନିଆଯାଇଥିଲା । ଶିଶୁଟିର ଚିକିତ୍ସା ଅକ୍ସିଜେନ୍ ଦ୍ୱାରା କରାଯାଉଛିା ଜୀବିତ ଶିଶୁକୁ ମୃତ ବୋଲି କହିବା ଡାକ୍ତରଙ୍କ ଖାମଖିଆଲ ନୀତି ଓ ଦାୟିତ୍ୱ ହୀନତାର ପରିଚୟ ବୋଲି ଶିଶୁଟିର ପିତା ରାଜକିଶୋର ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ଡାକ୍ତରଙ୍କ ତରଫରୁ ଅସ୍ୱୀକାର କରାଯାଇଛି ।

ଓଡିଶା ଡଟ୍ କମ୍

Exit mobile version