Site icon Odisha.com

ବିଜେଡି ବିଧାୟକଙ୍କ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଧାରଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୭(ଓଡ଼ିଶା ଡ଼ଟ୍ କମ୍)-ଗତକାଲିର କଂଗ୍ରେସ ସମାବେଶ ଓ ସଂଘର୍ଷକୁ ନେଇ ଆଜି ଶାସକ ବିଜେଡି ଓ ବିରୋଧୀ କଂଗ୍ରେସ ବିଧାୟକମାନେ ମୁହାଁମୁହିଁ ହୋଇଥିଲେ ।

୧୦ଟା ବେଳେ ଗୃହକାର୍ଯ୍ୟ ଆରମ୍ଭହେଲାମାତ୍ରେ ଗୃହମଧ୍ୟଭାଗକୁ ଆସି କଂଗ୍ରେସ ବିଧାୟକମାନେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ବିରୋଧକରି ସ୍ଲୋଗାନ ଦେଇଥିଲେ । ଅପର ପକ୍ଷରେ ଶାସକ ବିଜେଡି ବିଧାୟକମାନେ କଂଗ୍ରେସ ବିରୋଧୀ ଲେଖା ରହିଥିବା ବ୍ୟାନର ପ୍ରଦର୍ଶନ କରିବା ସହ କଂଗ୍ରେସ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ମାତ୍ର ୬ ମିନଟ୍ ହଟ୍ଟଗୋଳ ସ୍ଲୋଗାନବାଜି ଓ ତୀବ୍ର ହୋହଲ୍ଲା ମଧ୍ୟରେ ଗୃହ ଚାଲିବାପରେ ବାଚସ୍ପତି ପ୍ରଦୀପ କୁମାର ଅମାତ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ବିଧାନସଭା ମୁଲତବୀ ହୋଇଯିବା ପରେ ବିଜେଡି ବିଧାୟକମାନେ କଂଗ୍ରେସ କର୍ମୀମାନେ ପୋଲିସ ଉପରେ ଆକ୍ରମଣ କରିଥିବା ଅଭିଯୋଗକରି ବିଧାନସଭା ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟକୁ ଯାଇ ଧାରଣାରେ ବସିଥିଲେ ।

Exit mobile version