ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା
ଭୁବନେଶ୍ୱର,ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-କଂଗ୍ରେସ ସମାବେଶରେ ହୋଇଥିବା ପୋଲିସ ଓ କଂଗ୍ରେସ କର୍ମୀ ସଂଘର୍ଷ ଘଟଣାକୁ ନେଇ ବିଜେଡିର ଛାମୁଆ ସଂଗଠନ ବିଜୁ ଯୁବ ଜନତାଳ, ବିଜୁ ଛାତ୍ର ସଂଗଠନ, ବିଜୁ ମହିଳା ଜନତାଳ ତରଫରୁ ସ୍ଥାନୀୟ ପଦର୍ଶନୀ ପଡିଆଠାରେ ଶନିବାରଦିନ ଏକ ପ୍ରତିବାଦ ଧାରଣା ଅନୁଷ୍ଠିତ ହୋଇ ଯାଇଛି ।
ଏଥିରେ ଦଳର ଅଧିକାଂଶ ବିଧାୟକ ଓ ଯୁବ-ଛାତ୍ର ନେତୃବୃନ୍ଦ ଯୋଗେଇ କଂଗ୍ରେସ ବିରୋଧରେ ବିଷୋଦଗାର କରିଥିଲେ ।କଂଗ୍ରେସ ଗୁଣ୍ଡା ରାଜ କରୁଛି ଓ ହିଂସା ସୃଷ୍ଟି କରିବାକୁ ସବୁଠି ଉଦ୍ୟମ କରୁଛି ବୋଲି ବିଜେଡି ନେତୃବୃନ୍ଦ ଅଭିଯୋଗକରି ବିଜେଡି ନେତୃବୃନ୍ଦ ଏହାର ଜବାବ ଦେବାକୁ ଯୁବ ଛାତ୍ରବାହିନୀକୁ କହିଛନ୍ତି ।
ବନ୍ଦ ନାଁରେ କଂଗ୍ରେସବାଲା କିଛି ଅରାଜକତା କରିବେ । ଏଥିପାଇଁ ସତର୍କ ହେବାକୁ ପଡିବ ବୋଲି ସମସ୍ତଙ୍କୁ ବିଜେଡି ନେତୃବୃନ୍ଦ କହିଛନ୍ତି । ବିଜେଡି ବିଧାୟକ ଚନ୍ଦ୍ର ସାରଥୀ ବେହେରା କହିଥିଲେ ଯେ ଜଗୀଶ ଟାଇଟଲର ଓଡିଶା ଆସିଲେ ଯୁବକ ଓ ଛାତ୍ରମାନେ ତାଙ୍କୁ ଛାଡିବେ ନାହିଁ ।
ମହିଳାମାନେ ମଧ୍ୟ ତାଙ୍କୁ ଝାଡୁପାହାର ବୋକୁ ପ୍ରସ୍ତୁତ ହେବା ରକାର । ଏଭଳି ଭାବେ ଜଣେ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ କରାଗଲା ତାକୁ ସମଗ୍ର ବିଶ୍ୱ ଆଜି ନିନ୍ଦା କରୁଛି ।
ସରକାରୀ ଉପମୁଖ୍ୟ ସଚେତକ ତଥା ଯୁବ ବିଜେଡି ସଭାପତି ସଂଜୟ ଦାସବର୍ମା, ମହିଳା ସଭାନେତ୍ରୀ ବିଧାୟିକା ପ୍ରମିଳା ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ପ୍ରତିବାଦ ଧାରଣାରେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଧାୟକ ଅମର ପ୍ରସା ଶତପଥି, ପ୍ରଫୁଲ ସାମଲ, ଅନନ୍ତ ଦାସ, ଅଶୋକ ପଣ୍ଡା, ବିଜୟ ମହାନ୍ତି, ଭାଗିରଥୀ ବଡଜେନା, ଅରବିନ୍ଦ ଢାଲି ପ୍ରମୁଖ କଂଗ୍ରେସକୁ ତୀବ୍ର ସମାଲୋଚନା କରି ଓଡିଶାରେ ହିଂସାର ସ୍ଥାନନାହିଁ ବୋଲି କହିଥିଲେ ।
ଓଡ଼ିଶା ଡ଼ଟ୍ କମ୍