Site icon Odisha.com

ପ୍ରମିଳା ପାଢୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)- କଂଗ୍ରେସ ସମାବେଶରେ ଗୁରୁତ୍ୱର ଆହତ ହୋଇଥିବା ମହିଳା ପୋଲିସ ପ୍ରମିଳା ପାଢୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଛି ।

ଅନ୍ୟପକ୍ଷରେ ନୂଆପଲ୍ଲୀ ଥାନା ଇନ୍ସିପେକ୍ଟର ଅନୁପ କାନୁନଗୋଙ୍କ ଅବସ୍ଥା ସଙ୍ଗୀନ ରହିଛି । ଅନୁପଙ୍କ ଶରୀରରେ ୨୬ଟି ଷ୍ଟିଚ ପଡିଥିବା ବେଳେ ବାମହାତ ହାଡ ଭାଙ୍ଗି ଯାଇଛି । ଆନ୍ଦୋଳନକାରୀ ଡ୍ରେନ ଭିତରେ ପଡିଥିବା ବେଳେ ତାଙ୍କୁ ଉଦ୍ଧାର କରିବାକୁ ଯାଇ କାନୁନ୍ଗୋଙ୍କ ଏପରି ଅବସ୍ଥା ହୋଇଛି ।

କମିଶନରେଟ ପୋଲିସ ସଂଘ କାର୍ଯ୍ୟାନୁଷ୍ଠାନ ଦାବି କରିବାରୁ ପୋଲିସ ତଦନ୍ତ ଆରମ୍ଭ କରିଛି । କ୍ୟାପିଟାଲ ଥାନା ଇନ୍ସିପେକ୍ଟର ଅସୀମ ପଣ୍ଡାଙ୍କ ଏତଲାକ୍ରମେ ହତ୍ୟା ଉ୍ୟମ,ଷଡଯନ୍ତ୍ର ଓ ଆକ୍ରମଣ ଭଳି ୧୧ଟି ଫାରେ କାଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version