Site icon Odisha.com

ମହିଳା ପୋଲିସ ପ୍ରତି ହୋଇଥିବା ଆକ୍ରମଣର ନିନ୍ଦା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୮(ଓଡ଼ିଶା ଡ଼ଟ୍ କମ୍)-କଂଗ୍ରେସ ସମାବେଶରେ ମହିଳା ପୋଲିସ ପ୍ରତି ହୋଇଥିବା ଆକ୍ରମଣ ଘଟଣାର ନିନ୍ଦାକରି ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି କଂଗ୍ରେସର କେନ୍ଦ୍ରୀୟ ନେତା ଦିଗବିଜୟ ସିଂହ ଦାବି କରିଛନ୍ତି ।

ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରଦର୍ଶିତ ଫୁଟେଜକୁ ଦେଖି ଦିଗ୍ବିଜୟ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପଡିଥିବା ବେଳେ ଏହି ଆଚରଣ ଅଶୋଭନୀୟ ବୋଲି କହିଛନ୍ତି ।

ଏପରିକି ମହିଳା ପୋଲିସଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version