Site icon Odisha.com

ଝାଡ଼ାବାନ୍ତିରେ ନରସିଂହପୁରରେ ଶତାଧିକ ଲୋକ ଆକ୍ରାନ୍ତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନରସିଂହପୁର ,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ଝାଡ଼ାବାନ୍ତିରେ ଶତାଧିକ ଲୋକ ନରସିଂହପୁର ବ୍ଲକର ବିଭିନ୍ନ ଅଂଚଳରେ ଆକ୍ରାନ୍ତ ହୋଇଛନ୍ତି । ଏହାଛଡା ବର୍ତ୍ତମାନ ସାଗର ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ୧୦ରୁ ଊର୍ଦ୍ଧ୍ଵ ରୋଗୀ ଚିକିତ୍ସା ହେବା ସହିତ ୩ଜଣ ଗୁରୁତର ଅବସ୍ଥାରେ ନରସିଂହପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି ।

ଏହି ରୋଗ ଧୀରେ ଧୀରେ ଜଣକ ପରେ ଜଣକୁ ବ୍ୟାପିବାରେ ଲାଗିଛି । ଏହି ଡାଇରିଆ ପାନୀୟଜଳର ଅବ୍ୟବସ୍ଥା ଯୋଗୁଁ ସୃଷ୍ଟି ହୋଇଥିବା ସାଧାରଣରେ ପ୍ରକାଶ ପାଇଥିବା ବେଳେ ଅସନ୍ତୋଷ ପ୍ରକାଶ ପାଇଛି ।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କାନପୁର ଅଧିକାରୀ କହିଛନ୍ତି ଯେ, ଏହା ଝାଡ଼ାବାନ୍ତି ନୁହେଁ ସାମାନ୍ୟ ଝାଡା ରୋଗ । ଏହି ଘଟଣାରେ ଗ୍ରାମର ବହୁ ଝାଡ଼ା ରୋଗୀ ଆସି ସାଗର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଔଷଧ ନେଇଯାଉଛନ୍ତି ।

ନରସିଂହପୁର ଡାକ୍ତରଖାନାରେ ମହରଗୀ ନାୟକ (୭୫), ରୋଜିସ୍ମିତା ନାୟକ (୨), ବୈକୁଣ୍ଠ ନାୟକ (୬୦) ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ସେହିପରି ସାଗର ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ସସ୍ମିତା ମହାରଣା (୧୫), ଅମୂଲ୍ୟ ସାହୁ (୪୫), ସୁର୍ଶନ ସାହୁ (୬୦), ଲିଲି ସାହୁ (୪୫), କୃଷ୍ଣଚନ୍ଦ୍ର ସାହୁ (୬୫), ଲାବଣ୍ୟ ବାରିକ (୬୦), ଲିକୁଲତା ପ୍ରଧାନ (୧୮) ଝାଡାରେ ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version