Site icon Odisha.com

ବନ୍ଦ ଡାକରାକୁ ଭୁବନେଶ୍ୱର ଅଟୋଚାଳକ ସଂଘର ସମର୍ଥନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୯(ଓଡ଼ିଶା ଡ଼ଟ୍ କମ୍)- ୧୦ତାରିଖରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ସରକାରଙ୍କର ଚିନ୍ତାକୁ ଦ୍ବୁଗୁଣିତ ବଢାଇ ଦେଇଛି । ଏହି ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ସମ୍ଭାବନା ରହିଛି । କଂଗ୍ରେସ ପକ୍ଷରୁ ଏହି ବନ୍ଦ ଡାକରାକୁ ଭୁବନେଶ୍ୱର ଅଟୋଚାଳକ ସଂଘ, ଭୁବନେଶ୍ୱର ଓ କଟକ ବାର ଆସୋସିଏସନ ସମର୍ଥନ ଜଣାଇଛନ୍ତି ।

ବନ୍ଦ ବେଳେ ସିଟି ବସ ସେବା ବନ୍ଦ ରହିବ ବୋଲି ଜଣେ ଅଧିକାରୀ ଓଡିଶା ଡଟ୍ କମ୍ କୁ କହିଛନ୍ତି । ବନ୍ଦବେଳେ କୌଣସି ଅତ୍ୟାବଶ୍ୟକ ସେବା ବନ୍ଦ ହେବ ନାହିଁ । ବିଭିନ୍ନ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ୧୦ ତାରିଖକୁ ଛୁଟି ଘୋଷଣା କରିଛନ୍ତି ।

କଂଗ୍ରେସ ସମାବେଶକୁ ପ୍ରତିହିତ କରିବାପାଇଁ ସରକାର ଯେଭଳି ପୁଲିସ ବଳପ୍ରୟୋଗ କଲେ ତାହାର ପ୍ରତି ଯବାବ କଂଗ୍ରେସ ଦେବାପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ପ୍ରତ୍ୟେକ ଜିଲା କମିଟିକୁ ଓଡ଼ିଶା ବନ୍ଦ ଡାକରା ସଫଳ କରିବାକୁ ଦଳ ନିର୍ଦ୍ଦେଶ ଦେଇଛି ।

ଏଥିପାଇଁ ସବୁଜିଲ୍ଲା ଓ ବ୍ଲକ ଗୁଡିକରେ ବ୍ୟାପକ ପ୍ରସ୍ତୁତି ସରିଛି ।

କଂଗ୍ରେସ କର୍ମୀଙ୍କ ଉପରେ ହୋଇଥିବା ପୁଲିସର ଆକ୍ରମଣକୁ ଓଡ଼ିଆ ଏକତା ମଞ୍ଚ ନିନ୍ଦା କରିବା ସହ ଯେଉଁ ପୁଲିସମାନେ ମାଡ ଖାଇଛନ୍ତି ତାହା ପୁଲିସର ଭୁଲ ପାଇଁ ହୋଇଛି ବୋଲି ଦର୍ଶାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version