Site icon Odisha.com

ସ୍ୱଦେଶୀ ଜାଗରଣ ମଂଚ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)- ସ୍ୱଦେଶୀ ଜାଗରଣ ମଂଚ ଆନୁକୂଲ୍ୟରେ ସ୍ଥାନୀୟ ରେଡକ୍ରସ ଭବନ ଠାରେ ଓଡିଶାର ଚିରସ୍ଥାୟୀ ବିକାଶ ଶୀଷକ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ରବିବାରଦିନ ଅନୁଷ୍ଠିତ ହୋଇଯାଇଛି ।

ଏହି ଆଲୋଚନା ଚକ୍ରରେ ମଂଚର ରଷ୍ଟ୍ରୀୟ ସହସଂଯୋଜକ ସରୋଜ କୁମାର ମିତ୍ର, ସ୍ତମ୍ଭଲେଖକ ସନ୍ତୋଷ କୁମାର ମହାପାତ୍ର, ଓପେକାର ସଂପାଦକ ବିନୋଦ ଦାସ, କୃଷକ ବନ୍ଧୁ ପତ୍ରୀକାର ସଂପାଦକ ବିରଂଚି ନାରାୟଣ ପଣ୍ଡା ପ୍ରଭୃତି ଉପସ୍ଥିତ ରହି ରାଜ୍ୟର କୃଷି, ଶିଳ୍ପ, ଖଣି, ପର୍ଯ୍ୟଟନ, ସଂସ୍କୃତି ଇତ୍ୟାିର ଆଧାରରେ କିପରି ଏକ ସମନ୍ୱିତ ଚିରନ୍ତନ ବିକାଶର ରାସ୍ତାରେ ଓଡିଶାର ପ୍ରଗତି ସମ୍ଭବ ସେଥିନେଇ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ ।

ବିକାଶର ମାନଦଣ୍ଡ, ଜିଡିପିରେ ନହୋଇ ରୋଜଗାର ଏବଂ ମନୁଷ୍ୟର ସାମଗ୍ରିକ ସୁଖ ହେଉ ବୋଲି ବକ୍ତାମାନେ ମତ ପୋଷଣ କରିଥିଲେ । ଶିଳ୍ପ ନାମରେ ଓଡିଶାର ଖଣି ପାଣି ଇତ୍ୟାିର ହରିଲୁଟ ସାଂଗକୁ ପରିବେଶ ପ୍ରତି ଧ୍ୟାନ ନେବୋ ଯୋଗୁଁ ହିଁ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଦେଖାଦେଇଛି ।

କୃଷିକୁ ରାସାୟନିକ ସାର ଓ କୀଟନାଶକରୁ ମୁକ୍ତି ରଖିବା ସଂଗେସଂଗେ ପାରମ୍ପରିକ କୃଷି , ଦେଶୀ ବିହନକୁ ପ୍ରୋତ୍ସାହନ ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ ।

ଓଡିଶାରେ ପାରଂପରିକ ସଂସ୍କୃତି ଆଧାରିତ ଏବଂ ପ୍ରକୃତି ଆଧାରିତ ପର୍ଯ୍ୟଟନର ବହୁଳ ସମ୍ଭାବନା ଥିଲେ ମଧ୍ୟ ସେଥିପ୍ରତି ସରକାରଙ୍କ ଉାସୀନକୁ ଆଲୋଚନା ଚକ୍ରରେ ନାପସନ୍ଦ କରାଯାଇଥିଲା ।

ଏହି ଆଲୋଚନା ଚକ୍ରକୁ ଅଧ୍ୟାପକ ପ୍ରଶାନ୍ତ କୁମାର ରାଉତ ସଂଯୋଜନା କରିଥିବାବେଳେ ମଂଚର କ୍ଷେତ୍ରୀୟ ସଂଗଠକ ଅନ୍ନା ଶଙ୍କର ପାଣିଗ୍ରାହୀ ପ୍ରସ୍ତାବନା ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମଂଚ ର ପ୍ରଶେ ସଂଗଠନ ମୁଖ୍ୟ ନିର୍ମଳ ଷଡଙ୍ଗୀ, ସହ ସଂଯୋଜକ ଶତୃଘ୍ନ ତରାଇ, ଡଃଧୀରେନ୍ଦ୍ର ନନ୍ଦ, ରାକେଶ ପାଢୀ, ସୁନୀଲ ସ୍ୱାଇଁ, ଲଲାଟ କେଶରୀ ସାମଲ, ବିକାଶ ଗିରି ଇତ୍ୟାଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version