• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

କଂଗ୍ରେସର ଅଖବନ୍ଦ ଚକବନ୍ଦ ଓଡିଶା ଠପ୍ ସଫଳ

September 10, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ରାଜ୍ୟବ୍ୟାପି କଂଗ୍ରେସର ବନ୍ଦପାଳନ ପ୍ରାୟତଃ ଶାନ୍ତିପୂର୍ଣ୍ଣଭାବେ ଅନୁଷ୍ଠିତ ହୋଇ ଯାଇଛି । କାଁଭାଁ ସ୍ଥାନରେ ଗାଡି ମଟର ଭଙ୍ଗାରୁଜା ସହ ଛୋଟଛୋଟ ଗଣ୍ଡଗୋଳ ହୋଇଛି ।

ରେଳ ଯାତ୍ରୀ ପ୍ରଭାବିତ ହୋଇଥିବା ବେଳେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । କଂଗ୍ରେସର ଏହି ବନ୍ଦ ପାଳନର ପ୍ରଭାବ ସାରା ରାଜ୍ୟରେ ପଡିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିଲା । ସାରା ରାଜ୍ୟରେ ଅଖବନ୍ଦ ଚକବନ୍ଦ ଯୋଗୁଁ ଓଡିଶା ଠପ୍ ଯାଇଛି ।

କଟକରେ ଜଣେ କଲେଜ ବିଦ୍ୟାର୍ଥିକୁ ଅସାଦାଚାରଣ, ଭୁବନେଶ୍ୱର ରାମମନ୍ଦିର ଛକରେ ଏକ ଘରୋଇ ବିଦ୍ୟାଳୟର ବସରେ ନିଆଁ ଲଗାଇବା,ମାଷ୍ଟରକ୍ୟାଣ୍ଟିନ ଛକରେ ଦୁଇଟି କାର ଭଙ୍ଗାରୁଜା, କଂଗ୍ରେସ ଭବନ ଆଗରେ ପୋଲିସ ଉପରକୁ ଟେକାମାଡ ଆଦି ଅଘଟଣା ଘଟିଛି । ଏଜିଛକରେ ମୁଖ୍ୟମନ୍ତ୍ରୀଙ୍କୁ ଅଟକାଇବା ପାଇଁ ଯୋଜନା ହୋଇଥିଲେ ମଧ୍ୟ ଏଥିିରେ ସଫଳ ହୋଇ ନଥିଲେ ।

ବନ୍ଦ ପାଳନ ସମୟରେ ରାସ୍ତାରେ ପିକେଟିଂ କରି ପିସିସି ସଭାପତି ନିରଂଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ଭୂପିନ୍ଦର ସିଂ, ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର, କିଶୋର ଚନ୍ଦ୍ର ପଟେଲ, ପିସିସି ଉପସଭାପତି ଶିବାନନ୍ଦ ରାୟ ପ୍ରମୁଖ ରାଜଧୀନୀ ଭୁବନେଶ୍ୱରରେ ଗିରଫ ହୋଇଥିବା ବେଳେ କଂଗ୍ରେସର ଅନ୍ୟ ନେତୃବୃନ୍ଦ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୫ ହଜାର କର୍ମୀ ଗିରଫ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଦିନପରି ଆଜି ମଧ୍ୟ ସଚିବାଳୟକୁ ଆସିଥିବା ବେଳେ ୮ଜଣ ମନ୍ତ୍ରୀ ସଚିବାଳୟକୁ ଆସି କାର୍ଯ୍ୟ କରିଥିଲେ । ମନ୍ତ୍ରୀମାନେ ସଚିବାଳୟର ପଛପଟ ଫାଟକ ଦେଇ ଆସିଥିବା ବେଳେ ପଞ୍ଚାୟତରାଜ ମନ୍ତ୍ରୀ କଳ୍ପତରୁ ଦାସ ଏକ ମୋଟର ସାଇକେଲରେ ଏବଂ ଅନ୍ୟକେତେକ ମନ୍ତ୍ରୀ ବିନା ନାଲିବତୀ ଗାଡିରେ ସଚିବାଳୟ ଆସିଥିଲେ ।

ବନ୍ଦ ଯୋଗୁଁ ସଚିବାଳୟ କାର୍ଯ୍ୟ ପ୍ରଭାବିତ ହୋଇଥିଲା । ଉପସ୍ଥିତି କମ୍ ଥିଲା ।

ରାଜ୍ୟର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରେଳଷ୍ଟେସନ ଭୁବନନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ଝାରସୁଗଡା, ବାଲେଶ୍ୱର, ଭଦ୍ରକ, ବ୍ରହ୍ମପୁର, ଖୋର୍ଦ୍ଧା ଆଦି ସ୍ଥାନରେ କଂଗ୍ରେସ କର୍ମୀଙ୍କ ଅବରୋଧ ଯୋଗୁଁ ରେଳ ଯାତ୍ରା ପ୍ରଭାବିତ ହୋଇଛି ।

କଟକ ବାଦାମବାଡି ବସଷ୍ଟାଣ୍ଡ ଓ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ଆଦି ରାଜ୍ୟର ବିଭିନ୍ନ ବସଷ୍ଟାଣ୍ଡ ଶୁନଶାନ ଥିବା ବେଳେ ବସଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା । ରାଜ୍ୟର ବିଭିନ୍ନ ସହରରେ ଅଟୋଚଳାଚଳ ମଧ୍ୟ ବନ୍ଦ ରହିଥିଲା ।

ବିଭିନ୍ନ ସହରରେ ଥିବା ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକ ଆଗରୁ ଛୁଟି ଘୋଷଣା କରାଯାଇଥିବାରୁ ବନ୍ଦ ଥିବା ବେଳେ କେତେକ ସରକାରୀ ସ୍କୁଲମାନଙ୍କରେ ଉପସ୍ଥାନ କମ୍ ଥିଲା ।

କଂଗ୍ରେସ ପକ୍ଷରୁ ଆହୁତ ଓଡ଼ିଶା ବନ୍ଦ ଡ଼ାକରା ପରିପ୍ରେକ୍ଷୀରେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହେବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।କଂଗ୍ରେସର ଓଡ଼ିଶା ବନ୍ଦ ଡ଼ାକରା ପରିପ୍ରେକ୍ଷୀରେ କେତେକ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଧାରିତ ସମୟର ଅଧଘଣ୍ଟା ଆଗରୁ ଅଫିସରେ ଉପସ୍ଥିତ ରହିବାର ଦେଖା ଯାଇଥିଲା ।

କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟ ଏବଂ ବ୍ୟାଙ୍କ କାର୍ଯ୍ୟ ଯେପରି ଅଚଳ ନହୁଏ ସେଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆନ୍ଦୋଳନକାରୀମାନେ ଯାନବାହାନ, ଟ୍ରେନ ଚଳାଚଳ ବନ୍ଦ ରଖିବା ସହ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିଥିଲେ ।

ଅଳ୍ପକେତେକ ସ୍ଥାନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଓ ବ୍ୟାଙ୍କ କାମ କରିଥିଲା । ବନ୍ଦ ପାଳନ ବେଳେ ଅପ୍ରିତିକର ପରିସ୍ଥିତି ଏଡ଼ାଇବା ସହ ଆଇନଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ସଂଧ୍ୟାରେ କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡିଶା ବନ୍ଦ ଶାନ୍ତିପୂଣ୍ଣ ଭାବେ ସଫଳ ହୋଇଛି ବୋଲି କଂଗ୍ରେସ ଦାବି କରିଛି ।

ଠିକ୍ ସେହିପରି ବିଜେଡି ତରଫରୁ ସେହି ସମୟରେ କଂଗ୍ରେସର ବନ୍ଦ ପାଳନ ସଫଳ ହୋଇନି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ବିଜେଡିର ଉପସଭାପତି ଦାମୋଦର ରାଉତ ଏହି ସାମ୍ବାଦିକ ସମ୍ମିଳନୀରେ କହିଲେ ରାଜ୍ୟର କୌଣସି ସ୍ଥାନରେ ସାଧାରଣ ଲୋକ ଏହି ବନ୍ଦକୁ ସମର୍ଥନ କରିନାହାଁନ୍ତି ଓ କଂଗ୍ରେସର ଗୁଣ୍ଡାରାଜ ଭୟରରେ ବସ, ଅଟୋ ଚଳାଚଳ ବନ୍ଦ ସାଙ୍ଗକୁ କିଛିକାଂଶରେ ଦୋକାନ ବଜାର ବନ୍ଦ ରହିଥିଲା ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version