Site icon Odisha.com

ପଦ୍ମପୁରରେ ବନ୍ଦ ଶାନ୍ତିପୂର୍ଣ୍ଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବରଗଡ,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-ବରଗଡ ଜିଲ୍ଲା ପଦ୍ମପୁର ଠାରେ ପଦ୍ମପୁର ଟାଉନ କଂଗ୍ରେସ କମିଟ ପକ୍ଷରୁ ବନ୍ଦ ଡାକରା ଦିଆଯାଇ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ କରାଯାଇଛି ।

ପଦ୍ମପୁର ଭେଉଁରିଆ ଛକଠାରେ ପୂବତନ କଂଗ୍ରେସ ବିଧାୟକ ସତ୍ୟଭୂଷଣ ସାହୁଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବାବେଳେ ସମସ୍ତ ଯାନବାହନ ବନ୍ଦ କରାଯାଇଥିଲା । ସ୍କୁଲ, କଲେଜ, ଦୋକାନ ବଜାର, ଅଫିସ,ବ୍ୟାଙ୍କ ସମେତ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଆଦି ବନ୍ଦ କରାଯାଇଛି ।

ପଦ୍ମପୁର କୋର୍ଟ ଆଗରେ ପିକେଟିଂ କରାଯାଇ କୋର୍ଟ ବନ୍ଦ କରାଯାଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version