Site icon Odisha.com

କଟକ ଜିଲ୍ଲାରେ ୫୦୦ରୁ ଉର୍ଦ୍ଧ କଂଗ୍ରେସ କର୍ମୀ ଗିରଫ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ସେପ୍ଟେମ୍ବର ୧୦(ଓଡ଼ିଶା ଡ଼ଟ୍ କମ୍)-କଟକ ସହର ଓ ଜିଲ୍ଲାରେ ପ୍ରଶେ କଂଗ୍ରେସ କମିଟି ପକ୍ଷରୁ ଡାକରା ଦିଆଯାଇଥିବା ବନ୍ଦ ମୋଟ ସଫଳ ହୋଇଛି । କାଁ ଭାଁ କେତକ ଘଟଣାକୁ ବାଦ୍ ଦେଲେ ବନ୍ଦ ଶାନ୍ତିପୂର୍ଣ ଭାବେ ଶେଷ ହୋଇଛି ।

ବନ୍ଦ ପାଳନବେଳେ ରାସ୍ତା ଅବରୋଧ ଓ ଅନ୍ୟାନ୍ୟ କାରଣ ପାଇଁ କଟକ ସହରରୁ ପ୍ରାୟ ୩୦୦ ଓ ସମଗ୍ର ଜିଲ୍ଲାରୁ ୫୦୦ ଉର୍ଦ୍ଧ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି ।

ଆଜି ସକାଳୁ କଂଗ୍ରେସ କର୍ମୀମାନେ ବେଶ୍ ଉତ୍ସାହିତ ହୋଇ କଟକ ସହରର ମଧୁପାଟଣା ଜାତୀୟ ରାଜପଥ, ବାଦାମବାଡି, କଲେଜଛକ, ରେଳଷ୍ଟେସନ, କଲେକ୍ଟରେଟ୍ ଆଦି ସ୍ଥାନରେ କଂଗ୍ରେସ ନେତା ଓ କର୍ମିମାନେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିବା ସାଙ୍ଗକୁ ରେଳରୋକ ଆଦି କରିଥିଲେ ।

ମଧୁପାଟଣା ଛକ ନିକଟରେ ଜିଲ୍ଲା କଂଗ୍ରେସ ସଭାପତି ପ୍ରକାଶ ବେହେରାଙ୍କ ନେତୃତ୍ୱରେ ୫୦ରୁ ଉର୍ଦ୍ଧ କର୍ମୀ ରାସ୍ତାରୋକ କରି ଗିରଫ ହୋଇଥିଲେ । ପ୍ରଦେଶ କଂଗ୍ରେସ ସଂପାଦକ ସୁରେଶ ମହାପାତ୍ର ଓ ରମଜାନ ଖାଁଙ୍କ ସହିତ ୨୦ରୁ ଉର୍ଦ୍ଧ କର୍ମୀ କଲେଜଛକ ଠାରେ ଗିରଫ ହୋଇଥିଲେ ।

ସେହିପରି ଜିଲ୍ଲାର ବାଂକି, ଆଠଗଡ, ବଡମ୍ବା, ନରସିଂହପୁର, ଚୌଦୱାର,ସାଲେପୁର, ମାହାଂଗା, ନିଆଳି ଆଦି ଅଂଚଳରୁ ଶତାଧିକ କର୍ମୀ ପୋଲିସ ଦ୍ୱାରାଗିରଫ ହୋଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version