Site icon Odisha.com

ମହାନଦୀ ବନ୍ଧ ସୁଦୃଢୀକରଣ, ପ୍ରଶସ୍ତୀକରଣ କାର୍ଯ୍ୟ ନିମ୍ନମାନର

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଆଠଗଡ,ସେପ୍ଟେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)-୨୦୦୪-୦୫ ଆର୍ଥିକ ବର୍ଷରେ ମହାନଦୀ ବନ୍ଧ ସୁଦୃଢୀକରଣ ଓ ପ୍ରଶସ୍ତୀକରଣ କାର୍ଯ୍ୟ ସମୟରେ ଆଠଗଡ ବ୍ଲକ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ରାଉତରାୟପୁର ନିକଟ ବାଘରା ପାହାଡ ସନ୍ନିକଟ ମହାନୀ ବନ୍ଧରେ ନିମ୍ନମାନର କାର୍ଯ୍ୟ ଏବଂ ନଦୀବନ୍ଧରେ ବାଲିଆ ମାଟି ପକାଇ ଦିଆଯାଇଥିଲା ।

ଫଳରେ ୨୦୦୮ରେ ପ୍ରଳୟଙ୍କରୀ ବନ୍ୟାରେ ରାଉତରାୟପୁର ନିକଟରେ ମାଳବନ୍ଧରେ ଥିବା ସ୍ଲୁଇସ ଗେଟ ପଥର ଓ କଂକ୍ରିଟ ବନ୍ଧ ଭାଙ୍ଗିରୁଜି ବନ୍ୟାର ପ୍ରଖର ଜଳରେ ଭାସିଯାଇଥିଲା । ସମଗ୍ର କନ୍ଦରପୁର ପଞ୍ଚାୟତ ଏହାଦ୍ୱାରାବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ନିର୍ମାଣାଧୀନ ସ୍ଲୁଇସଗେଟ ସୁରକ୍ଷା ପାଚେରି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ଓ ତ୍ରୁଟିପୁର୍ଣ୍ଣ ହେଉଥିବା ଅଭିଯୋଗ ହୋଇଛି ।

ଅଞ୍ଚଳବାସୀ ଅସନ୍ତୁଷ୍ଟ ହୋଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କଟକ ଜିଲାପାଳଙ୍କ ହସ୍ତକ୍ଷେପ ପରେ ଉକ୍ତ ସ୍ଲୁଇସ ଗେଟସୁରକ୍ଷା ପ୍ରାଚୀର ନିର୍ମାଣ କାର୍ଯ୍ୟକୁ ବନ୍ଦ କରାଯାଇଥିବା ଜଣାପଡିଛି ।

ଉକ୍ତ ନଦୀବନ୍ଧ ପାଶ୍ୱର୍ରେ ନୂତନ ଭାବେ ନିର୍ମିତ ପ୍ରଧାନମନ୍ତ୍ରୀ ସଡକ ବନ୍ୟାଜଳରେ ଭାଙ୍ଗିରୁଜି ବିପର୍ଯ୍ୟସ୍ତ ହୋଇପଡିଲା । ଏବେ ପ୍ରତିଶୃତି ଅନୁଯାୟୀ ସୁଦୃଢ କଂକ୍ରିଟ ବନ୍ଧ ଓ ବଡ ସ୍ଲୁଇସ ଗେଟ ନ ଲଗାଇ କେବଳ ସ୍ଲୁଇସ ଗେଟ କାନ୍ଥକୁ ସୁରକ୍ଷିତ ରଖିବାକୁ ଆଉ ଏକ କଂକ୍ରିଟ ପ୍ରାଚୀର ନିର୍ମାଣ କରାଯାଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version