Site icon Odisha.com

ରାୟଗଡା, ହୁମ୍ମାଠାରେ କୃଷି ଭିତ୍ତିକ ଖଦୀ ପ୍ରକ୍ରିୟାକରଣ ପାର୍କ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟରେ କୃଷି ଭିତ୍ତିକ ଖଦୀ ପ୍ରକ୍ରିୟାକରଣ ପାର୍କ ରାୟଗଡା ଓ ହୁମ୍ମାଠାରେ କରାଯାଉଛି । ସେହିପରି ପାରାଦ୍ବୀପଠାରେ କାଠ ଭିତ୍ତିକ ଏକ ଶିଳ୍ପ ପୁଞ୍ଜ କରାଯିବାକୁ ନିଷ୍ପତ୍ତି ହୋଇଛି ।

ଆବଶ୍ୟକ ଜମି ଅଧିଗ୍ରହଣ ପରେ ଏହି କାମ ତ୍ୱରାନ୍ନୀତ କରାଯିବ, ସଚିବାଳୟଠାରେ ଏମ୍.ଏସ୍.ଏମ୍.ଇ ବିଭାଗର ସମୀକ୍ଷା ବୈଠକ କରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଏମ୍.ଏସ୍.ଏମ୍.ଇ ବିଭାଗ ମନ୍ତ୍ରୀ ଡାଃ ଦାମୋଦର ରାଉତ କହିଛନ୍ତି ।

ଖଦୀର ପ୍ରସାର ପାଇଁ ରାଜ୍ୟ ଖଦୀ ବୋର୍ଡକୁ ପୁନରୁଦ୍ଧାର କରାଯିବ ବୋଲି ପ୍ରକାଶ କରି ମନ୍ତ୍ରୀ ଡାଃ ରାଉତ କହିଛନ୍ତି ଯେ ଖଦୀ ବୋର୍ଡର ୪୦ ସୋସାଇଟିରୁ ଅଧିକାଁଶ ଅଚଳ ହୋଇଛି । ଅଚଳ ସୋସାଇଟିକୁ ସଚଳ କରିବା ସହ ଅଧିକ ୧୦୦ ସୋସାଇଟି ଖୋଲିବାର ନିଷ୍ପତ୍ତି ନିଆଯାଇଛି ।

ସେହିପରି ଜାତୀୟ କ୍ଷୁଦ୍ରଶିଳ୍ପ ନିଗମ ଓ ରାଜ୍ୟ କ୍ଷ୍ଯୁଦ୍ରଶିଳ୍ପ ନିଗମ ମଧ୍ୟରେ ସମନ୍ୱୟ ରଖି କ୍ଷୁଦ୍ର ତଥା ମଧ୍ୟମ ଉଦ୍ୟୋଗକୁ କଞ୍ଚାମାଲ ଯୋଗାଇ ଦେବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।

କ୍ଲଷ୍ଟର ଭିତ୍ତିରେ ଉଡନ୍ତା ପାଉଁଶର ବ୍ୟବହାର କରି ଇଟା ନିର୍ମାଣ ଓ ତାର ଉପେଯାଗକୁ ପ୍ରୋତ୍ସାହିତ କରାଯିବ । ଉକ୍ତ ବୈଠକରେ ଏମ୍.ଏସ୍.ଏମ୍.ଇ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ କିଶୋର ସୁନ୍ଦରାୟ , ସ୍ୱତନ୍ତ୍ର ସଚିବ ପଞ୍ଚାନନ ଦାଶ ଓ ଅନ୍ୟ ପାଧିକାରୀମାନେ ଉପସ୍ଥିତ ଥିଲେ ।

ଓଡିଶା ଡଟ୍ କମ୍

Exit mobile version