Site icon Odisha.com

୨୦୧୪ ମାର୍ଚ୍ଚ ସୁଦ୍ଧା ପ୍ରତ୍ୟେକ ପଞ୍ଚାୟତକୁ ପାଇପ ପାନୀୟ ଜଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୧(ଓଡ଼ିଶା ଡ଼ଟ୍ କମ୍)- ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବିନ ପଟ୍ଟନାୟକ ସଚିବାଳୟଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟର ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।

ବୈଠକରେ ହୋଇଥିବା ନିଷ୍ପତିି ଅନୁଯାୟୀ, ପ୍ରତ୍ୟେକ ପଞ୍ଚାୟତ ମୁଖ୍ୟାଳୟ ଗ୍ରାମକୁ ୨୦୧୪ ମାର୍ଚ୍ଚ ସୁଦ୍ଧା ପାଇପ ଜଳ ଯୋଗାଣର ବ୍ୟବସ୍ଥା କରାଯିବ ।

ଏହି ଯୋଜନାରେ ଓଭରହେଡ୍ ଟ୍ୟାଙ୍କର ବ୍ୟବସ୍ଥା ମଧ୍ୟ କରିବାକୁ ନିଷ୍ପତିି କରାଯାଇଛି । ୨୦୧୨ରେ ୮୫୦ ପଞ୍ଚାୟତରେ ପାଇପ ଜଳ ଯୋଗାଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି ।

ବୈଠକରେ ସୁଚନା ଦିଆଯାଇଥିଲା ଯେ ରାଜ୍ୟରେ ପ୍ରତୈକ ବ୍ୟକ୍ତିକୁ ଦୈନିକ ୫୫ ଲିଟର ପାନୀୟ ଜଳ ଯୋଗାଇ ଦେବାକୁ ନୀତି ନିର୍ଦ୍ଧାରିତ ହୋଇଛି । ଏହି ସୁବିଧା ପରିବାରର (ହାଉସ୍ହୋଲ୍ଡ ) ୨୫୦ ମିଟର ଦୁରତ୍ୱ ମଧ୍ୟରେ ଯୋଗାଇ ଦେବାକୁ ନିଷ୍ପତିି ହୋଇଛି ।

ଏହି ନୀତିକୁ ସଫଳ ଭାବରେ କାର୍ଯ୍ୟକାରୀ କରିବାପାଇଁ ବିଭିନ୍ନ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବାକୁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ନୂଆପଡା ଜିଲ୍ଲାର ଫ୍ଲୋରୋସିସ୍ ରୋଗ ପ୍ରତିକାର ପାଇଁ ଚାଲୁଥିବା କାର୍ଯ୍ୟକ୍ରମ ସଂପର୍କରେ ସୁଚନା ଦିଆଯାଇଥିଲା ଯେ ସମୁଦାୟ ୧୬୧୨ ଗାଁ ମଧ୍ୟରୁ ୧୩୦୧ ଟି ଗ୍ରାମକୁ ନିରାପଦ ପାନୀୟ ଜଳର ବ୍ୟବସ୍ଥା କରାଯାଇ ଥିବାବେଳେ, ୨୦୧୨-୧୩ ରେ ୩୧୧ ଟି ଗ୍ରାମକୁ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ଚାଲୁରହିଛିା

ବୈଠକରେ ଗ୍ରାମସଭା ସଶକ୍ତିକରଣ କାର୍ଯ୍ୟକ୍ରମ ଜରିଆରେ ନିର୍ମଳ ଭାରତ ଅଭିଯାନ ଓ ପାନୀୟ ଜଳ ଯୋଗାଣ କାର୍ଯ୍ୟକ୍ରମକୁ ସଫଳ କରିବା ସଂପର୍କରେ ଆଲୋଚନା ହୋଇଥିଲା ।

ଏହି ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଅର୍ଥ ବିଭାଗ ପ୍ରମୁଖ ସଚିବ ଯୁଗଳ କିଶୋର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଗ୍ରାମ୍ୟ ଉନ୍ନୟନ ବିଭାଗ ସଚିବ ଏସ୍.ଏନ୍.ତ୍ରିପାଠୀ, ପଞ୍ଚାୟତିରାଜ ବିଭାଗ ସଚିବ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଯୋଗେଇଥିଲେ ।

ଓଡିଶା ଡଟ୍ କମ୍

Exit mobile version