Site icon Odisha.com

ଆଇଏଏସ୍ ଅଦଳବଦଳ: ମୁରଲୀଧର ବାରିକ ନୟାଗଡ ଜିଲ୍ଲାପାଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ନିର୍ବାଚନ କମିଶନଙ୍କ ସଚିବ ମୁରଲୀଧର ବାରିକ ନୟାଗଡର ନୂଆ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାପାଳ ଥିବା ଦୁଃଖୀଶ୍ୟାମ ଶତପଥୀଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବଭାବେ ଅବସ୍ଥାପିତ କରାଯାଇଛି ।

ସରକାର ଆଇଏଏସ୍ ଓ ଏଏସ୍ ଅଫିସର ସ୍ତରରେ ଆଜି ଏକ ଛୋଟ ଧରଣର ଅଦଳ ବଦଳ କରିଛନ୍ତି ।

ଖଣି ଓ ଇସ୍ପାତ ବିଭାଗର ଯୁଗ୍ମ ସଚିବ ଗୋବିନ୍ଦ ଚନ୍ଦ୍ର ସେଠୀଙ୍କୁ କଳାହାଣ୍ଡିର ନୂତନ ଜିଲ୍ଲାପାଳ, ଝାରସୁଗଡା ଜିଲ୍ଲାପାଳ ଗୁରୁ ପ୍ରସାଦ ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗର ଯୁଗ୍ମ ସଚିବ ବିଷ୍ଣୁ ପ୍ରସାଦ ସାହୁଙ୍କୁ ଝାରସୁଗଡାର ନୂତନ ଜିଲ୍ଲାପାଳ ଇଷ୍ଟେଟ ନିର୍ଦ୍ଦେଶକ ଥିବା ପ୍ରଦୀପ କୁମାର ରଥଙ୍କୁ ସମ୍ବଲପୁରର ନୂତନ ଜିଲ୍ଲାପାଳ ଭାବେ ନୟାଗଡ ଜିଲ୍ଲାପାଳ ସରୋଜକାନ୍ତ ଚୌଧୁରୀଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version