Site icon Odisha.com

କୋଇଲା ଦୁର୍ନୀତି :୧୫ରେ ବିଜେପିର ଧାରଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-କୋଇଲା ଦୁର୍ନୀତିରେ ସଂପୃକ୍ତ କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବାକୁ ନିଷ୍ପତି ହୋଇଛି ।

କୋଇଲା ଦୁର୍ନୀତି ପ୍ରତିବାଦରେ ଆସନ୍ତା ୧୫ ତାରିଖରେ ଦଳ ପକ୍ଷରୁ ଲୋୟର ପିଏମଜିରେ ଗଣଧାରଣା କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର କରାଯାଇଛି । ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ବୈଠକରେ କୋଇଲା ଦୁର୍ନୀତିରେ ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସଂପୃକ୍ତ ଥିବା ବିଜେପି ନେତାମାନେ ଅଭିଯୋଗ କରିଥିଲେ ।

କୋଇଲା ବ୍ଲକ ଆବଣ୍ଟନ ନେଇ ମୁଖ୍ୟମନ୍ତ୍ରୀ କେତେକ ଘରୋଇ ସଂସ୍ଥା ପାଇଁ ସୁପାରିଶ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେମାନେ କହିଥିଲେ । ଏହି ଦୁର୍ନୀତିରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂପୃକ୍ତ ଥିବା ଦୃଷ୍ଟିରୁ ବିଜେପି ପକ୍ଷରୁ ଏହାକୁ ବିରୋଧ କରି ଗଣଧାରଣାର ଆୟୋଜନ କରାଯାଇଥିବା ଳର ରାଜ୍ୟ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।

ଧାରଣା କାର୍ଯ୍ୟକ୍ରମରେ ଦଳର ସମସ୍ତ ରାଜ୍ୟସ୍ତରୀୟ ନେତା ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଦଳର ରାଜ୍ୟ ସଭାପତି ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱଭୂଷଣ ହରିଚନ୍ଦନ, ପଞ୍ଚାନନ ରାଉତ, ନୟନ ମହାନ୍ତି, ବିଜୟଲକ୍ଷ୍ମୀ ମିଶ୍ର, ଗୋଲକ ମହାପାତ୍ର ଓ ଅମୀୟ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version