Site icon Odisha.com

ନୂଆବର୍ଷରେ ଲାଗୁହେବ ଜନସେବା ଅଧୀକାର ଆଇନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଆସନ୍ତା ୨୦୧୩ ଜାନୁୟାରୀ ପହିଲାରୁ ରାଜ୍ୟରେ ଜନସେବା ଅଧିକାର ଆଇନ ଲାଗୁ କରାଯିବ । ପ୍ରଥମ ପର୍ଯ୍ୟାରେ ୨୫ ରୁ ୩୦ ପର୍ଯ୍ୟନ୍ତ ସାଧାରଣ ସେବା ଏହି ଆଇନ ଅନୁଯାୟୀ ଯୋଗାଇ ଦିଆଯିବ ।

ପରବର୍ତ୍ତି ପର୍ଯ୍ୟାୟରେ ସମସ୍ତ ୭୫ ପ୍ରକାର ସେବା ସାଧାରଣ ଲୋକେ ପାଇବେ । ଏହି ଆଇନ ଅନୁଯାୟୀ ଜନସାଧାରଣଙ୍କୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସେବା ଯୋଗାଇ ଦିଆଯିବ । ସେବା ଯୋଗାଇ ଦିଆଯାଇ ନପାରିଲେ ସଂପୃକ୍ତ ଅଧିକାରୀଙ୍କୁ ଆର୍ଥିକ ଦଣ୍ଡରେ ଦଣ୍ଡିତ କରାଯିବ ।

ଏତ୍ଦ ବ୍ୟତୀତ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ଜନସେବା କେନ୍ଦ୍ର ଏବଂ ଅନ୍ୟ ଇ-ଗଭଣ୍ଣାନ୍ସ ଫୋରମଗୁଡିକୁ ଏଥିପାଇଁ ପ୍ରସ୍ତୁତି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ଅର୍ଥ, ରାଜସ୍ୱ, ଗୃହ ଏବଂ ଅନ୍ୟନ୍ୟ ବିଭାଗର ସଚିବ ମାନେ ଉପସ୍ଥିତ ଥିଲେ ।

ଗତ ବିଧାନ ସଭା ଅଧିବେଶନରେ ଏ ସଂର୍ପକିତ ଏକ ବିଲ ଆଗତ କରିଥିଲେ ସରକାର । ତାହା ବିଧାନସଭାରେ ପାସ୍ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version