Site icon Odisha.com

ବଲାଙ୍ଗିର: ୧୭ଦିନରେ ପହଞ୍ଚିଲା ଲୋୟର ସୁକତେଲ ଅନଶନ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ବଲାଙ୍ଗିର, ସେପ୍ଟେମ୍ବର ୧୨(ଓଡ଼ିଶା ଡ଼ଟ୍ କମ୍)-ଲୋୟର ସୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀ ପକ୍ଷରୁ ବଲାଙ୍ଗିର କଲେକ୍ଟରେଟ୍ ସମ୍ମୁଖରେ ଲୋୟର ସୁକତେଲ ପ୍ରକଳ୍ପ କାମ ଆରମ୍ଭ ସହ ୧୧ଦଫା ଦାବୀନେଇ ଆରମ୍ଭ ହୋଇଥିବା ଅନଶନ ୧୭ଦିନରେ ପହଞ୍ଚିଛିା

ଆନ୍ଦୋଳନକାରୀଙ୍କ ତରଫରୁ ସରକାରଙ୍କୁ ଆଲୋଚନା କରିବା ପାଇଁ ୭୨ ଘଣ୍ଟା ସମୟ ଦିଆଯାଇଛି । ଯଦି ସରକରା ଏହି ସମୟ ମଧ୍ୟରେ ଆଲୋଚନା ନକରନ୍ତି ତେବେ ନୂଆଖାଇକୁ ବର୍ଜ୍ଜନ କରାଯିବ ବୋଲି ଆନ୍ଦୋଳନକାରୀ ତରଫରୁ ସରକାରଙ୍କୁ ଚେତାବନୀ ଦିଆ ଯାଇଛି ।

ଗୋପାଳଜୀ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଲୋୟର ସୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀର ଅରୁଣ ମିଶ୍ର, ଶ୍ରୀକର ମିଶ୍ର, ଇଂ.ମଗନଲାଲ ଅଗ୍ରୱାଲ, ଇଂପ୍ରେମରାଜ ସାଏ, ବିକ୍ରମାନନ୍ଦ ବହିାର ପ୍ରମୁଖଙ୍କ ସହ ଲୋୟର ସୁକତେଲ ସେଚ ପ୍ରକଳ୍ପ ଯୋଗୁଁ କ୍ଷତିଗ୍ରସ୍ତ ହେଉଥିବା ବହୁ ଗ୍ରାମବାସୀ ଆଜିର ଅନଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଖେିବାକୁ ମିଲିଛି ।

ଲାୟର ସୁକତେଲ ସେଚ ପ୍ରକଳ୍ପ କାର୍ଯ୍ୟକାରୀ କମିଟୀ ପକ୍ଷରୁ ଉପସ୍ଥାପିତ ୧୧ଦଫା ଦାବୀଗୁଡ଼ିକ ମଧ୍ୟରେ ପ୍ରକଳ୍ପ ପାଇଁ କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀ ଓ ଚାଷୀଙ୍କୁ ୨୦୦୬ ବଳରେ ୨୦୧୧ବିସ୍ଥାପିତ ନୀତି ଅନୁସାରେ କ୍ଷତିପୂରଣ ଓ ଥଇଥାନ କରିବା, ବୁଡ଼ି ଅଞ୍ଚଳର ଲୋକେ ସମ୍ପୂର୍ଣ୍ଣ ବିସ୍ଥାପିତ ନ ହେଲା ଯାଏ ଉକ୍ତ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇ ଦିଆଯିବା ସହ ପ୍ରକଳ୍ପର ଡ଼ାହାଣ ମୂଖ୍ୟ କେନାଲକୁ ଏକ ଶାଖା କେନାଲ ବାହାର କରାଯାଇ ୭ଟି ପଞ୍ଚାୟତ କୁ ଜଳସେଚନ ସୁବିଧା କରାଯିବା, ଲୋୟର ସୁକତେଲ ପ୍ରକଳ୍ପ କାମର ସମୀକ୍ଷା ପ୍ରତିମାସ କରାଯାଉ, ଲୋୟର ସୁକତେଲ ସଂଗ୍ରାମ ପରିଷଦର କିଛି ବ୍ୟକ୍ତିଙ୍କ ନାମରେ ସରକାର ଆକ୍ରୋଶମୂଳକ ଭାବେ ମକଦ୍ଧମା ରୁଜୁ କରିଥିବା ମାମଲାକୁ ପ୍ରତ୍ୟାହାର କରିବାକୁ ଜିଲାପ୍ରଶାସନ ମାର୍ଫତରେ ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି ଉପସ୍ଥାପନ କରାଯାଇଛି ।

ଦୀର୍ଘ ୧୨ ବର୍ଷ ପରେ ବି ପ୍ରଶାସନିକ କଳର ଅବହେଲା ସାଙ୍ଗକୁ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି । ୨୧୭କୋଟି ଟଙ୍କାର ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବିଲମ୍ବ ଯୋଗୁଁ ଏବେ ତାହା ୧୨ଶହ କୋଟି ଟଙ୍କାରେ ପହଞ୍ଚିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version