• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
  • କପି ରାଇଟ
  • ଓଡିଆ ଶିକ୍ଷା
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଜିନ୍ଦଲ ସପକ୍ଷରେ କୋଇଲା ଖଣି: ନବୀନଙ୍କୁ ଘେରିଲା କଂଗ୍ରେସ

September 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)- ଜିନ୍ଦଲ କଂପାନୀ କୁ ରାଜ୍ୟରେ ଏକ କୋଇଲା ଖଣି ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରକୁ ଲେଖିଥିବା ଯୋଗୁଁ ତାଙ୍କର ଭୁମିକା ସନ୍ଦେହ ଜନକ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ମନ୍ତ୍ରୀ ଥିବା ବରିଷ୍ଠ ନେତା ଭି.ନାରାୟଣ ସ୍ୱାମୀ ଗୁରୁବାର ଏଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ସେହି କୋଇଲା ଖଣିକୁ ଜିନ୍ଦଲକୁ ଦେବାପାଇଁ ସୁପାରିସ କରିଥିଲେ ଯାହା ପୁର୍ବରୁ ଅନ୍ୟ ଏକ କଂପାନୀକୁ ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେହି କୋଇଲା ଖଣିକୁ ବାତିଲ କରି ଉକ୍ତ କୋଇଲା ଖଣି ଜିନ୍ଦଲକୁ ଦେବାପାଇଁ ଲେଖିଥିଲେ ।

ଶତାଧିକ କଂପାନୀ କୋଇଲା ଖଣି ପାଇଁ ଆଶାୟୀ ଥିବାବେଳେ ତାଙ୍କର କଣ ସ୍ୱାର୍ଥ ଥିଲା ଯେ ସେ କେବଳ ଗୋଟିଏ କଂପାନୀ ପାଇଁ ସୁପାରିସ କରୁଥିଲେ । ଏଥିରେ ତାଙ୍କର ଭୁମିକା ସନ୍ଦେହଜନକ ।

ଏହାର ସିବିଆଇ ତଦନ୍ତ ହେବା ଉଚିତ । କେନ୍ଦ୍ର ସରକାର କୋଇଲା ଖଣି ବଣ୍ଟନରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ସିବିଆଇ ଏହି ଘଟଣାର ମଧ୍ୟ ତଦନ୍ତ କରିବ ବୋଲି ଭି.ନାରାୟଣ ସ୍ୱାମୀ କହିଛନ୍ତି ।

ଏହାର ଉତର ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ତାଙ୍କ ସରକାର ସବୁବେଳେ ରାଜ୍ୟର ସ୍ୱାର୍ଥକୁ ଆଖି ଆଗରେ ରଖି କାର୍ଯ୍ୟ କରି ଆସୁଛନ୍ତି । ସେ କହିଛନ୍ତି ଯେ ଯେଉଁ କୋଇଲା ଖଣି ଜିନ୍ଦଲକୁ ଦେବାପାଇଁ ସୁପାରିସ କରିଥିଲେ ସେହି ଖଣି ତାମିଲନାଡୁର ଏକ ତାପଜ ବିଦ୍ୟୁତ କାରଖାନା ପାଇଁ ଉଦ୍ଧିଷ୍ଟ ଥିଲା ।

ତାମିଲନାଡୁର ଉକ୍ତ କଂପାନୀ ନିର୍ଦ୍ଧିଷ୍ଟ ସମୟ ଭିତରେ କିଛି କାର୍ଯ୍ୟ କରିନଥିଲା । ଜିନ୍ଦଲ ରାଜ୍ୟରେ ନିଜର କାରଖାନା ବସାଉ ଥିବାରୁ ସରକାର ତା ପାଇଁ ଏହି କୋଇଲା ଖଣି ସୁପାରିସ କରିଥିଲେ ।

ଏଭଳି ବହୁତ ଉଦାହରଣ ଅଛି ଯେଉଁଠି କେନ୍ଦ୍ର ସରକାର କଂପାନୀ ମାନଙ୍କୁ ରାଜ୍ୟର ବିନା ସୁପାରିସରେ ମଧ୍ୟ ରାଜ୍ୟରେ କୋଇଲା ଖଣି ଆବଣ୍ଟନ କରିଛନ୍ତି ।

କେନ୍ଦ୍ର ସରକାର ଏଭଳି ଆବଣ୍ଟନ କାହିଁକି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ୨୦୦୨ ମସିହାରେ ଜିନ୍ଦଲ ସପକ୍ଷରେ ଦେଇଥିବା ଏକ ଚିଠିକୁ କେନ୍ଦ୍ର କରି କଂଗ୍ରେସ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛି ।

ଠିକ୍ ସେହିପରି ୨୦୦୫ରେ ରାଜ୍ୟ ତତ୍କାଳୀନ ଶିଳ୍ପ ସଚିବ ଜି.ସି ପତି କୋଇଲା ଆବଣ୍ଟନରେ ନିଲାମ ପ୍ରକ୍ରିୟାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ଙ୍କୁ ଲେଖିଥିବା ଚିଠି ଯୋଗୁଁ ରାଜ୍ୟ ସରକାର ଅଡୁଆରେ ପଡିଛନ୍ତି ।

ଓଡିଶା ଡଟ୍ କମ୍

Filed Under: ମୁଖ୍ୟ ଖବର Tagged With: କଂଗ୍ରେସ, କୋଇଲା ଖଣି, ଜିନ୍ଦଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

Primary Sidebar

ପୁରୀ ସ୍ନାନ ଯାତ୍ରା ଲାଇଭ

https://youtu.be/aDHujOQM1p8

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version