• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

ଡ଼ିଜେଲ ଦର ବୃଦ୍ଧି ପ୍ରତିବାଦରେ ବିଜେଡ଼ିର ଆନ୍ଦୋଳନ ଡ଼ାକରା

September 13, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୩(ଓଡ଼ିଶା ଡ଼ଟ୍ କମ୍)- ଉପା-୨ ସରକାର ଭାରତ ବର୍ଷର ସାଧାରଣ ଜନତାକୁ ଆମ୍-ଆ୍ମୀର ବଜେଟ୍ ଦେବାକଥା କହି ସର୍ବକାଳୀନ ଭାବରେ ପାଞ୍ଚ ଟଙ୍କା ଡ଼ିଜେଲ ଦର ବୃଦ୍ଧିକରି ସାଧାରଣ ଜନତାଙ୍କୁ ପ୍ରତାରିତ କରିଛି ବୋଲି ବିଜୁ ଯୁବ ଜନତା ଦଳ ଗୁରୁବାର କହିଛି ।

ଡ଼ିଜେଲ ଦର ବୃଦ୍ଧି ଭାରତ ବର୍ଷର ଗ୍ରାମ୍ୟ ଭିତିଭୂମିକୁ ଦୋହଲାଇଦେବ । ସାମଗ୍ରିକ ଭାବରେ ବ୍ୟବସାୟ ବାଣିଜ୍ୟ, କୃଷିଭିତ୍ତିକ ଶିଳ୍ପ ଏହି ଡ଼ିଜେଲର ବୃଦ୍ଧି ଦ୍ୱାରା ସାଂଘାତିକ ପ୍ରଭାବିତ କରିବ ।

ସମ୍ପୂର୍ଣ୍ଣ ଭାବରେ ଅର୍ଥନୈତିକ ସ୍ଥିତି, ଗରିବ ସାଧାରଣବର୍ଗ ଏବଂ କୃଷକମାନଙ୍କୁ ଶକ୍ତ ଧକ୍କା । ୪୬ କୋଟି ଟଙ୍କାର ରାଜ୍ୟଗୋଷ୍ଠୀ କ୍ରିଡ଼ା ଦୁର୍ନୀତି, ୧ ଲକ୍ଷ ୭୬ ହଜାର କୋଟି ଟଙ୍କାର ଟୁ-ଜି ସ୍ପେକ୍ଟ୍ରମ ଦୁର୍ନୀତି, ୧ ଲକ୍ଷ ୮୪ ହଜାର କୋଟି ଟଙ୍କାର କୋଇଲା ଦୁର୍ନୀତିରେ ସମ୍ପୃକ୍ତ କଂଗ୍ରେସ ଦଳର ଏଭଳି ଜନମାରଣ ନୀତିକୁ ଓଡ଼ିଶାରେ ତୀବ୍ର ବିରୋଧ କରାଯିବ ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ତଥା ସରକାରୀ ଉପମୁଖ୍ୟ ସଚେତକ ଶ୍ରୀ ସଂଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତି ।

ଆଗରୁ ବହୁବାର ଡ଼ିଜେଲ ଦର ବୃଦ୍ଧି କରିଥିବା ବେଳେ ଏବେ ସର୍ବାଧିକ ୫ଟଙ୍କା ବୃଦ୍ଧି କଲାପରେ ଏ କଥା ପ୍ରମାଣିତ ହୋଇଯାଇଛି ଯେ କଂଗ୍ରେସ ଦଳର କୌଣସି ନୈତିକ ଅଧିକାର ନାହିଁ ଭାରତ ବର୍ଷର ଶାସନ ଗାଦିରେ ବସିବା ପାଇଁ । କେନ୍ଦ୍ର ସରକାରଙ୍କର ଏହିଭଳି ଜନବିରୋଧି ଆଭିମୁଖ୍ୟକୁ ଓଡ଼ିଶାର ଜନ ସାଧାରଣ ଆଗାମୀଦିନରେ କବର ଦେବେ ।

ଶାନ୍ତିପ୍ରିୟ ଓଡ଼ିଶାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରି ନିଜ ଅପକର୍ମକୁ ଘୋଡ଼ାଇବା ପାଇଁ ଓଡ଼ିଶା ବନ୍ଦ ଡ଼ାକରା ଦେଇଥିବା କଂଗ୍ରେସ ଦଳ ଓ ସେହି ଦଳର ନେତାମାନେ ବର୍ତ୍ତମାନ ଆତ୍ମ ସମୀକ୍ଷା କରନ୍ତୁ । କେନ୍ଦ୍ରର ଏଭଳି ଅବିଚାରିତ ନିଷ୍ପତିକୁ ରାଜ୍ୟର ସାଧାରଣ ଜନତାଙ୍କ ସ୍ୱାର୍ଥପାଇଁ ବିରୋଧ କରିବେ ନା କେନ୍ଦ୍ର କଂଗ୍ରେସ ସରକାରଙ୍କ ଏଭଳି ଜନ ବିରୋଧିକୁ ସମର୍ଥନ କରିବେ ।

ଓଡ଼ିଶାବାସୀ ରାଜ୍ୟ କଂଗ୍ରେସର ଆଭିମୁଖ୍ୟ କ’ଣ ଜାଣିବା ପାଇଁ ଅପେକ୍ଷା କରିଛନ୍ତି । ଏଭଳି ଜନ ବିରୋଧି ନିଷ୍ପତି କୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ତୀବ୍ର ନିନ୍ଦା କରିବା ସହ ରାଜ୍ୟବାସୀ ଆନ୍ଦୋଳନ ଡ଼ାକରା ଦିଆଯାଇଛି ବୋଲି ବିଜୁ ଯୁବ ଜନତା ଦଳର ରାଜ୍ୟ ମୁଖପାତ୍ର ତଥା ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ ଜଣାଇଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: କେନ୍ଦ୍ର ସରକାର, ଡିଜେଲ ଦରବୃଦ୍ଧି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version