• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

୨୬ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

September 18, 2012 by admin

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟରେ ୨୬ ହଜାର କୋଟି ଟଙ୍କା ବିନିଯୋଗ କରି ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ରହିଥିବା ୬ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟି ଏହି ମଞ୍ଜୁରୀ ପ୍ରଦାନ କରିଛି ।

କମିଟି ଅନୁଯାୟୀ ମଞ୍ଜୁରୀ ପାଇଥିବା ପ୍ରକଳ୍ପ ମଧ୍ୟରେ ସୁନ୍ଦରଗଡରେ ନାଲ୍କୋର ଏକ ସ୍ମେଲଟର ଓ ଏକ ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ପ୍ରସ୍ତାବ ଅଛି ।

ସୁନ୍ଦରଗଡ ଜିଲ୍ଲାରେ ନାଲକୋ ବାର୍ଷିକ ଶ୍ରମିକ ୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସ୍ମେଲଟର ପ୍ରତିଷ୍ଠା କରିବ । ଏହାଛଡା ୧୨୬୦ ମେଗାୱାଟ କ୍ଷମତା ବିଶିଷ୍ଟ ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ମଧ୍ୟ କରିବ ।

ଏଥିରେ ନାଲକୋ ୧୬୩୪୫ କୋଟି ୮୯ ଲକ୍ଷ ଟଙ୍କା ବିନିଯୋଗ କରିବ । ନାଲକୋର ଏହି ପ୍ରକଳ୍ପରେ ୩୪୦୦ ଲୋକ ନିଯୁକ୍ତି ପାଇବେ । ପ୍ରକଳ୍ପ ପାଇଁ ୨୫୦୦ ଏକର ଜମି ଅଧିଗ୍ରହଣ କରାଯିବ ଏବଂ ହିରାକୁଦରୁ ୫୦ କ୍ୟୁସେକ ପାଣି ପ୍ରକଳ୍ପ ପାଇଁ ଦିଆଯିବ ।

ସେହିପରି ଚେନ୍ନାଇର ଭାରତ କୋଲ୍ ଆଣ୍ଡ କେମିକାଲ୍ସ ଲିମିଟେଡ ପକ୍ଷରୁ ପାରାଦ୍ଵୀପଠାରେ କୋଇଲାରୁ ଆମୋନିଆ ଗ୍ୟାସ ପ୍ରକଳ୍ପ କରାଯିବ । ଏଥିରେ କଂପାନୀ ବାର୍ଷିକ ୩ ଲକ୍ଷ ୪୬ ହଜାର ୫୦୦ ମେଟ୍ରିକ ଟନ ଆମୋନିଆ ଉତ୍ପାଦନ କରିବ ।

ଏହି ପ୍ରକଳ୍ପରେ ୧୫୭୫ କୋଟି ଟଙ୍କା ବିନିଯୋଗ ହେବାବେଳେ ୪୦୮ ଜଣ ନିଯୁକ୍ତି ପାଇବେ । ୨୦୦ ଏକର ଜମିରେ ଏହି ପ୍ରକଳ୍ପ କରାଯିବ । ମହାନଦୀରୁ ଏଥିପାଇଁ ୧୨.୫ କ୍ୟୁସେକ ପାଣି ଦିଆଯିବ ।

ସୋନପୁର ଏର୍ନ୍ଜି ପକ୍ଷରୁ ଗଂଜାମ ଜିଲ୍ଲାରେ ଏକ ଏନର୍ଜି ଏକାଡେମୀ, ଆନ୍ଦ୍ରର ଭିବିସି ଗ୍ରୁପ୍ ପକ୍ଷରୁ ଓଡିଶା ପାୱାର କନସୋଟୋରିୟମର ଗ୍ୟାସ ଭି ିର୍କ ସାଇକ୍ଲିଂ ପାୱାର ପ୍ରକଳ୍ପ, ଉତ୍ତମ ଗାଲଭୋ କଂପାନୀ କଳିଙ୍ଗ ନଗରରେ ଲୁହାପଥରରୁ ଏଚ୍ ଆର କଏଲ ଉତ୍ପାଦନ ପ୍ରକଳ୍ପ, ଭୂଷଣ ଷ୍ଟିଲ ଲିମିଟେଡ ପକ୍ଷରୁ ପ୍ରକଳ୍ପ ପ୍ରତିଷା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତିମନ୍ତ୍ରୀ ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ନାଲକୋ, ପ୍ରକଳ୍ପ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version