Site icon Odisha.com

୨୬ ହଜାର କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୧୮(ଓଡ଼ିଶା ଡ଼ଟ୍ କମ୍)- ରାଜ୍ୟରେ ୨୬ ହଜାର କୋଟି ଟଙ୍କା ବିନିଯୋଗ କରି ପ୍ରକଳ୍ପ ପ୍ରତିଷ୍ଠା କରିବା ନିମନ୍ତେ ରହିଥିବା ୬ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରୀ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚକ୍ଷମତା ସମ୍ପର୍ଣ୍ଣ କମିଟି ଏହି ମଞ୍ଜୁରୀ ପ୍ରଦାନ କରିଛି ।

କମିଟି ଅନୁଯାୟୀ ମଞ୍ଜୁରୀ ପାଇଥିବା ପ୍ରକଳ୍ପ ମଧ୍ୟରେ ସୁନ୍ଦରଗଡରେ ନାଲ୍କୋର ଏକ ସ୍ମେଲଟର ଓ ଏକ ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ପ୍ରସ୍ତାବ ଅଛି ।

ସୁନ୍ଦରଗଡ ଜିଲ୍ଲାରେ ନାଲକୋ ବାର୍ଷିକ ଶ୍ରମିକ ୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ସ୍ମେଲଟର ପ୍ରତିଷ୍ଠା କରିବ । ଏହାଛଡା ୧୨୬୦ ମେଗାୱାଟ କ୍ଷମତା ବିଶିଷ୍ଟ ନିଜସ୍ୱ ବିଦ୍ୟୁତ ପ୍ରକଳ୍ପ ମଧ୍ୟ କରିବ ।

ଏଥିରେ ନାଲକୋ ୧୬୩୪୫ କୋଟି ୮୯ ଲକ୍ଷ ଟଙ୍କା ବିନିଯୋଗ କରିବ । ନାଲକୋର ଏହି ପ୍ରକଳ୍ପରେ ୩୪୦୦ ଲୋକ ନିଯୁକ୍ତି ପାଇବେ । ପ୍ରକଳ୍ପ ପାଇଁ ୨୫୦୦ ଏକର ଜମି ଅଧିଗ୍ରହଣ କରାଯିବ ଏବଂ ହିରାକୁଦରୁ ୫୦ କ୍ୟୁସେକ ପାଣି ପ୍ରକଳ୍ପ ପାଇଁ ଦିଆଯିବ ।

ସେହିପରି ଚେନ୍ନାଇର ଭାରତ କୋଲ୍ ଆଣ୍ଡ କେମିକାଲ୍ସ ଲିମିଟେଡ ପକ୍ଷରୁ ପାରାଦ୍ଵୀପଠାରେ କୋଇଲାରୁ ଆମୋନିଆ ଗ୍ୟାସ ପ୍ରକଳ୍ପ କରାଯିବ । ଏଥିରେ କଂପାନୀ ବାର୍ଷିକ ୩ ଲକ୍ଷ ୪୬ ହଜାର ୫୦୦ ମେଟ୍ରିକ ଟନ ଆମୋନିଆ ଉତ୍ପାଦନ କରିବ ।

ଏହି ପ୍ରକଳ୍ପରେ ୧୫୭୫ କୋଟି ଟଙ୍କା ବିନିଯୋଗ ହେବାବେଳେ ୪୦୮ ଜଣ ନିଯୁକ୍ତି ପାଇବେ । ୨୦୦ ଏକର ଜମିରେ ଏହି ପ୍ରକଳ୍ପ କରାଯିବ । ମହାନଦୀରୁ ଏଥିପାଇଁ ୧୨.୫ କ୍ୟୁସେକ ପାଣି ଦିଆଯିବ ।

ସୋନପୁର ଏର୍ନ୍ଜି ପକ୍ଷରୁ ଗଂଜାମ ଜିଲ୍ଲାରେ ଏକ ଏନର୍ଜି ଏକାଡେମୀ, ଆନ୍ଦ୍ରର ଭିବିସି ଗ୍ରୁପ୍ ପକ୍ଷରୁ ଓଡିଶା ପାୱାର କନସୋଟୋରିୟମର ଗ୍ୟାସ ଭି ିର୍କ ସାଇକ୍ଲିଂ ପାୱାର ପ୍ରକଳ୍ପ, ଉତ୍ତମ ଗାଲଭୋ କଂପାନୀ କଳିଙ୍ଗ ନଗରରେ ଲୁହାପଥରରୁ ଏଚ୍ ଆର କଏଲ ଉତ୍ପାଦନ ପ୍ରକଳ୍ପ, ଭୂଷଣ ଷ୍ଟିଲ ଲିମିଟେଡ ପକ୍ଷରୁ ପ୍ରକଳ୍ପ ପ୍ରତିଷା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସଂପନ୍ନ କମିଟି ବୈଠକରେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶକ୍ତିମନ୍ତ୍ରୀ ଅରୁଣ କୁମାର ସାହୁ, ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ ପ୍ରମୁଖ ଯୋଗେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version