Site icon Odisha.com

ଉପା ସରକାରକୁ ସମର୍ଥନ ଦେବ ନାହିଁ ବିିଜେଡି: ମୁଖ୍ୟମନ୍ତ୍ରୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଭୁବନେଶ୍ୱର, ସେପ୍ଟେମ୍ବର ୧୯(ଓଡ଼ିଶା ଡ଼ଟ୍ କମ୍)- ଦୁର୍ନୀତିରେ ଉବୁଟୁବୁ ହେଉଥିବା କଂଗ୍ରେସ ନେତୃତ୍ୱାଧୀନ ସରକରାକୁ କୌଣସି ପରିସ୍ଥିତିରେ ବିଜେଡି ବାହାରୁ କିମ୍ବା ଭିତରୁ ସମର୍ଥନ ଦେବାର ପ୍ରଶ୍ନ ଉଠୁ ନାହିଁ ବୋଲି ବିିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ସ୍ପଷ୍ଟ କରିଛନ୍ତି ।

ଆଜିଠାରୁ ୫ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ଯାଇଛନ୍ତି । ୨୩ ତାରିଖରେ ଫେରିବେ । ଯିବା ପୂର୍ବରୁ ନବୀନ ନିବାସଠାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ କହିଲେ ଯେ,କେନ୍ଦ୍ର ସରକାରରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସମର୍ଥନ ପ୍ରତ୍ୟାହାର ଘୋଷଣାପରେ ଏହି ସରକାର ଏବେ ଅସ୍ଥିର ଦୁର୍ବଳ ହୋଇଛି ।

ତେବେ ବିଜେଡି ଆଗକୁ କ’ଣ ଘଟୁଛି ତାକୁ ଅପେକ୍ଷା କରିଛି । ଦେଶର ବିଭିନ୍ନ ଆଂଚଳିକ ଦଳ ଗୁଡିକ ଦିନ କୁ ଦିନ ଶକ୍ତିଶାଳୀ ହେଉଛନ୍ତି । ଓଡିଶାରେ ବିଜେଡି ସାଧାରଣ ଲୋକଙ୍କ ଆର୍ଶୀବାଦରେ ବେଶ୍ ମଜବୁତ ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ନିର୍ବାଚନ ଏବେ ହେଉ ବା କେବେ ହେଉ ବିଜେଡିକୁ କିଛି ଫରକ ପଡିବ ନାହିଁ । ପାକ୍ ନିର୍ବାଚନ ମେଣ୍ଟ ପାଇଁ ଏବେ କିଛି କୁହା ଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version