Site icon Odisha.com

ଆନନ୍ଦ ଉଲ୍ଲାସରେ ଦୁଲୁକୁଛି ପଶ୍ଚିମ ଓଡିଶା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ସମ୍ବଲପୁର,ସେପ୍ଟେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍)-ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ସମ୍ବଲପୁର ଅଧିଷ୍ଠାତା ଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଭାରବ ଶୁକ୍ଲ ପଞ୍ଚମୀ ତୁଳାନକ୍ଷେତ୍ର ପୂବାର୍ଣ୍ଣ ସ୍ୱାତୀ ଲଗ୍ନ ମାହେନ୍ଦ୍ରବେଳା ୧୦.୨୧ରେ ଆଜି ନବାନ୍ନ ଅର୍ପଣ କରା ଯାଇଛି ।

ଏହି ପର୍ବ ଅବସରରେ ପଶ୍ଚିମ ଓଡିଶା ଆନନ୍ଦ ଉଲ୍ଲାସରେ ଦୁଲୁକି ପଡିଛି । ଏଥିସହ ଘରେ ଘରେ ପିଠା ପଣାର ମହକ ଖେିବାକୁ ମିଳିଛି । ରାତିପାହିବା ପୂର୍ବରୁ ପ୍ରଥମେ ମନ୍ଦିର ଶୁଦ୍ଧ ହେବାପରେ ଦେବୀଙ୍କର ସ୍ନାନ, ମଙ୍ଗଳା ଆଳତୀ ଆଦି ସଂପନ୍ନ ହୋଇଥିଲା । ଦେବୀଙ୍କୁ ଧନଲକ୍ଷ୍ମୀ ବେଶରେ ସୁସଜ୍ଜିତ କରାଯାଇ ଅଷ୍ଟ ଉପଚାର ପୂଜା କରା ଯାଇଥିଲା ।

ମୁଖ୍ୟ ପୂଝାରୀ ଅମ୍ବିକା ରାୟ ସମଲେଶ୍ୱରୀ ଦେବୀଙ୍କୁ ନବାହ୍ନ ଲାଗି କରିଥିଲେ । ପରେ ମନ୍ଦିର ବେଢାରେ ଥିବା ଦଶ ମହାଭୁଜା କାଳୀଙ୍କର ଦଶ ପ୍ରତିମା ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବୀ ମୋଟ ୧୧୬ଟି ଆସ୍ଥାନରେ ଅନ୍ୟ ପୂଝାରିମାନେ ନବାହ୍ନ ଲାଗି କରିଥିଲେ । ଗଣେଶ ପୂଜା ସାଙ୍ଗକୁ ନୂଆଁଖାଇ ଗଣପର୍ବ ଯୋଗୁଁ ସମ୍ବଲପୁର ଉତ୍ସବ ମୁଖର ହୋଇ ଉଠିଛି ।

ଘରେ ଘରେ ନବାନ୍ନ ଗ୍ରହଣ ସଂପନ୍ନ ପରେ ବୟୋଜ୍ୟେଷ୍ଠମାନଙ୍କ ଠାରୁ ଆର୍ଶୀବା ଗ୍ରହଣର ଭିଡ ଲାଗିଛି । ଅପରାହ୍ନରେ ସହରର ୪ଟି ସ୍ଥାନରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ୍ଅନୁଷ୍ଠିତ ହୋଇଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version