Site icon Odisha.com

ଭାରତ ବନ୍ଦ: କଟକରେ ୭୦ କୋଟି ଟଙ୍କାର କାରବାର ଠପ୍

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ସେପ୍ଟେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍)-ଆଜି ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରା କଟକରେ ସଫଳ ହୋଇଛି ।

ଭାରତ ବନ୍ଦ ପରିପ୍ରେକ୍ଷୀରେ କଟକର ପ୍ରମୁଖ ବ୍ୟବସାୟୀ ପେଣ୍ଠ ମାଲଗୋଦାମ ଏବଂ ଛତ୍ରବଜାର ସମେତ ସମସ୍ତ ଛୋଟବଡ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିଲା ।

ଏଥିଲାଗି ପ୍ରାୟ ୭୦ କୋଟି ଟଙ୍କାର କାରବାର ଠପ୍ ହୋଇ ଯାଇଛି । ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ବେଳେ ବିଜେପି ନେତା ସମୀର ଦେ,ନୟନ କିଶୋର ମହାନ୍ତି,ବାମପନ୍ଥି ନେତା ସୁବାସ ସିଂ,ଅମରେନ୍ଦ୍ର ମହାନ୍ତି ପ୍ରମୁଖ ଶତାଧିକ ନେତା ଓ କର୍ମୀଙ୍କୁ ପୋଲିସ ଗିରଫ କରିଥିଲାା

ଓଡ଼ିଶା ଡ଼ଟ୍ କମ୍

Exit mobile version