Site icon Odisha.com

ଭାରତ ବନ୍ଦ: ଭୁବନେଶ୍ୱରରେ ବନ୍ଦ ସଫଳ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୦(ଓଡ଼ିଶା ଡ଼ଟ୍ କମ୍)-ଖୁଚୁରା ବଜାରରେ ବିଦେଶୀ ପୁଞ୍ଜି ନିବେଶକୁ ବିରୋଧ କରି ଦିଆଯାଇଥିବା ଭାରତ ବନ୍ଦ ଡ଼ାକରାରେ ରାଜଧାନୀ ଭୁବନେଶ୍ୱରରେ ଏହାର ପ୍ରଭାବ ପଡିଥିଲା ।

ରାଜଧାନୀ ଭୁବନେଶ୍ୱରରେ ସକାଳ ୬ଟାରୁ ସିପିଆଇ,ସିପିଏମ୍,ବିଜେପି ପକ୍ଷରୁ ରେଳଷ୍ଟେସନରେ ବିକ୍ଷୋଭ ପ୍ରର୍ଶନ ଯୋଗୁଁ ବିଶାଖା ସମେତ ବହୁ ଦୂରଗାମୀ ଟ୍ରେନ ଅଟକି ରହିଥିଲା । ସେହିପରି ରାଜଧାନୀରେ ବସ୍ ଚଳାଚଳ ବନ୍ଦ ରହିଥିବା ବେଳେ ସିଟି ବସ ଓ ଅଟୋ ଚଳାଚଳ ବନ୍ଦ ରହିଥିଲା ।

ରାଜଧାନୀ ୧ନମ୍ବର ହାଟ ସମେତ ବିଭିନ୍ନ ଶପିଙ୍ଗ ମଲ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡିକ ବନ୍ଦ ରହିଥିଲା । ବିଜେପି ରାଜ୍ୟ ସଭାପତି ଜୁଏଲ ଓରାମ,ବିଶ୍ୱଭୂଷଣ ହରିଚନ୍ଦନ,ପୃଥୀରାଜ ହରିଚନ୍ଦନ ଓ ବହୁ ବିଜେପି ନେତା ମୋଟରସାଇକେଲ ଶୋଭା ଯାତ୍ରାରେ ପିକେଟିଂ କରି ବିଜେପି କାଯ୍ୟାଳୟ ସମ୍ମୁଖରେ ବସିରହିଥିଲେ ।

ସେହିପରି ସିପିଆଇ ପକ୍ଷରୁ ରାଜମହଲ ଛକରେ ବିକ୍ଷୋଭ ପ୍ରର୍ଶନ କରା ଯାଇଥିବା ବେଳେ ଫରୱାଡ ବ୍ଲକ,ସିପିଆଇ ଏମ୍ ଏଲ,ସମାଜବାୀ ପାଟି,ଆରଜେଡି ପକ୍ଷରୁ ଲୋୟର ପିଏମ୍ଜି ସମେତ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବିକ୍ଷୋଭକାରୀମାନେ ବିଭିନ୍ନ ଜାତୀୟକରଣ ବ୍ୟାଙ୍କ ଓ ଘରୋଇ ବ୍ୟାଙ୍କକୁ ବନ୍ଦ କରିଥିବା ଖେିବାକୁ ମିଳିଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version