Site icon Odisha.com

ଅଗ୍ନି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦାତା

ଧାମରା, ସେପ୍ଟେମ୍ବର ୨୧(ଓଡ଼ିଶା ଡ଼ଟ୍ କମ୍)-ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରା ଯାଇପାରୁଥିବା ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି-୩ ର ଶୁକ୍ରବାର ସଫଳ ପରୀକ୍ଷଣ କରାଯାଇଛି ।

ଆଜି ଅପରାହ୍ନ ୧.୧୫ମି.ସମୟରେ ଭଦ୍ରକ ଜିଲ୍ଲା ଧାମରା ନିକଟସ୍ଥ ହ୍ୱିଲର ଦ୍ଵୀପର-୪ ନମ୍ବର ଲଞ୍ଚ ପ୍ୟାଡରୁ ଏହି ପରୀକ୍ଷା କରାଯାଇଛି ।

ଅଗ୍ନ-୩ କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ଡିଆରଡିଓ ପକ୍ଷରୁ ଜୋରାର ପ୍ରସ୍ତୁତି କରାଯାଇଥିଲା । ସଂପୂର୍ଣ ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ଅଗ୍ନି-୩ ହେଉଛି ଅଗ୍ନି ସିରିଜର ୫ମ ପରୀକ୍ଷଣ ।

ଏହାର ଲକ୍ଷ୍ୟଭେ କ୍ଷମତା ଅଢେଇ ହାରରରୁ ତିନି ହଜାର କି.ମି. । କ୍ଷେପଣାସ୍ତ୍ରଟି ୧.୫ଟନ୍ ଓଜନର ଯୁଦ୍ଧାସ୍ତ୍ର ବହନ କରିପାରିବ । ଏହାର ଓଜନ ୪୮ଟନ୍ ଓ ଲମ୍ବ ୧୭ ମିଟର । କ୍ଷେପଣାସ୍ତ୍ରରେ ଅତ୍ୟାଧୁନିକ ନାଭିଗେସନ,ଗାଇଡାନ୍ସ ଓ    କନେ।ଲ ସିଷ୍ଟମ ରହିଛି ।

୨୦୦୬ରେ ହୋଇଥିବା ପ୍ରଥମ ପରୀକ୍ଷାରେ ବିଫଳ ହୋଇଥିବା ବେଳେ ୨୦୦୭,୨୦୦୮ ଓ ୨୦୧୦ ଫେବୃୟାରୀ ୭ରେ ଏହାର ସଫଳ ପରୀକ୍ଷଣ ହୋଇଥିଲା ।

ଓଡ଼ିଶା ଡ଼ଟ୍ କମ୍

Exit mobile version