Site icon Odisha.com

ନୂଅାଁଖାଇ ପାଇଁ ନୂୂଅାଁ ଧାନ ହେବ ସମସ୍ୟା

ଓଡ଼ିଶା ଡ଼ଟ୍ କମ୍ : ଶାନ୍ତନୁ ବିଶ୍ୱାଳ

ବରଗଡ଼, ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍) -ପଶ୍ଚିମ ଓଡ଼ିଶାର ଗଣପର୍ବ ନୁଆଖାଇ ତିହାର ପାଇଁ ବ୍ୟବହୃତ ନୂତନ ଧାନ ଆବଶ୍ୟକ ଅନୁସାରେ କମ୍ ପଡ଼ୁଥିବା ଯୋଗୁଁ ସଂସ୍କୃତିପ୍ରେମୀ ମହଲରେ ଉଦ୍ଦବେଗ ପ୍ରକାଶ ପାଇଛି ।

ପୂର୍ବରୁ ୨୦ କିସମର ସହଳ ଅମଳକ୍ଷମ ଧାନ ଚାଷ ହେଉଥିବା ବେଳେ ଏବେ ତାହା କମି କମି ମାତ୍ର ୩ କିସମକୁ କମିଛି ଆସିଛି । ଏଇ ନୂଆଖାଇରେ ୫୦ ଟି ଧାନ ମଞ୍ଜିଥିବା ଗୋଟିଏ କେଣ୍ଡା ଧାନର ମୂଲ୍ୟ ୫ ଟଙ୍କା ରୁ ଆରମ୍ଭ କରି ୧୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା ।

ଗତ କିଛି ବର୍ଷ ହେଲା ଗାଁ ମାନଙ୍କରେ ଦେବୀ ପୂଜକ ମାନେ ସୀମାନ୍ତ ଛତିଶଗଡ଼ ଅଞ୍ଚଳରୁ ଧାନ ସଂଗ୍ରହ କରି ପୂଜାପାଇଁ ବଣ୍ଟନ କରିଛନ୍ତି ।

ପୂର୍ବରୁ ଟିକିରା ଜମିରେ ସହଳ ଅମଳକ୍ଷମ ପାରମ୍ପରିକ ଧାନ ମଧ୍ୟରେ ଷାଠିଆ, ସରିଆ, କଇଲିକିଆ, ଗଙ୍ଗେଇ, ଜୟପୁରିଆ, ସେଂଘେଇ, ଝୂଲି, ଜୁଇକଲମ, ବୋଡ଼ାଙ୍କି, ହରିଶଙ୍କର, ଡ଼େମ୍କପର, ତୁଲସିବାସ, ଅାଁଏଖ୍ଭୁଜନ୍, ତୁଲସିଜପ୍ ଆଦି କିସମର ଧାନ ଉତ୍ପାଦନ ହେଉଥିଲା । ଏବେ ଅତ୍ୟଧୁନିକ ଚାଷ ପାଇଁ ଜଳସେଚନ ବ୍ୟବସ୍ଥା ପାଇଁ ହାଇବ୍ରିଡ଼୍ ଧାନଚାଷ ପାରମ୍ପରିକ ଧାନ ଚାଷକୁ ନିରୁତ୍ସାହିତ କରୁଛି ।

ଫଳତଃ ପୂର୍ବଭଳି ମହମହ ବାସ୍ନାଯୁକ୍ତ ଚାଉଳ ରନ୍ଧାଯାଇ ଦେବେୀଙ୍କୁ ଖିରୀ ଓ ପ୍ରସାଦ ଭୋଗ ଲଗାଯାଇ ପାରୁ ନଥିବା ବେଳେ କେବଳ ବିଧିରକ୍ଷା ନିମିତ୍ତଦୁଇ-ଚାରିଟି ନୂଅାଁ ଧାନକୁ ଭୋଗରେ ମିଶାଇ ଦିଆଯାଉଛି ।

ରାଜ୍ୟ ସରକାର କୃଷି ଭିତ୍ତିକ ଏହି ପର୍ବର ପରମ୍ପରାକୁ ଦୃଷ୍ଟିଦେଇ ସରକାରୀ ସ୍ତରରେ ବିନା ରାସାୟନିକ ସାର ଓ କୀଟନାସକ ବ୍ୟବହାର କରି ସହଳ ଅମଳକ୍ଷମ ଧାନ ବ୍ୟପକ ଭାବରେ ଅମଳ କରାଇ ପରମ୍ପରାକୁ ଉତ୍ସାହିତ କରାଯିବାକୁ ଦାବୀହେଉଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version