Site icon Odisha.com

ବିଧାୟକ ହତ୍ୟାକାଣ୍ଡକୁ ବର୍ଷେ, ଅପରାଧୀଙ୍କୁ ଧରିପାରୁନି କ୍ରାଇମବ୍ରାଞ୍ଚ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ନବରଙ୍ଗପୁର,ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍)-ସେପ୍ଟେମ୍ବର ୨୪ ତାରିଖ ନବରଙ୍ଗପୁର ଜିଲ୍ଲା ତଥା ରାଜ୍ୟ ଇତିହାସରେ ଯୋଡି ହୋଇଥିଲା କଳଙ୍କିତ ଫର୍ଦ୍ଧ ।

ସ୍ପଷ୍ଟ ଦିବାଲୋକରେ ନିଜ ସମର୍ଥକଙ୍କ ଗହଣରେ ଅଞ୍ଚଳବାସୀଙ୍କ ସାମନାରେ ରକ୍ତରଞ୍ଜିତ ହେଲା ଗୋନା ହାଟପଦା । ଅଜଣା ର୍ଦୁବୃତଙ୍କ ଗୁଳିରେ ସବୁଦିନ ପାଇଁ ଆଖିବୁଜିଦେଲେ ଉମରକୋଟ ତତ୍କାଳୀନ ବିଧାୟକ ଜଗବନ୍ଧୁ ମାଝୀ ।

ରାଇଘର ଠାରୁ ୧୨ କିମି ଦୂର ଗୋନାହାଟପଦାରେ ଜଙ୍ଗଲ ଜମିପଟ୍ଟା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ବାରଙ୍ଗପଦରର ୬୭ ଜଣ, ଅଞ୍ଚଳାର ୬୭ ଜଣ ଓ ଚିଙ୍ଗଡାନଟର ୨୯ ଜଣ ହିତାଧିକାରୀ ଏବଂ ଏମାନଙ୍କ ସହିତ ତିନିଶହରୁ ଚାରିଶହ ଅଧିବାସୀ ।

ମାତ୍ର ୬ ଜଣଙ୍କୁ ପଟ୍ଟାପ୍ରଦାନ ସରିଥିବା ବେଳେ ୩ ଜଣ ଅଚିହ୍ନା ଯୁବକ ଗୋଟିଏ ବାଇକରେ ଆସି ବିଧାୟକଙ୍କ ଅଙ୍ଗରକ୍ଷୀ ପିଙ୍କୁ ପାତ୍ରଙ୍କୁ ଗୁଳି କରିବାପରେ ତାଙ୍କ ସର୍ଭିସ ପିସ୍ତଲରୁ ବିଧାୟକ ଜଗବନ୍ଧୁଙ୍କୁ ଗୁଳିକରି ଆଖି ପିଛୁଳାକେ ଅର୍ନ୍ତଦ୍ଧାନ ହୋଇ ଯାଇଥିଲେ ।

୨୦୧୧ ସେପ୍ଟେମ୍ବର ୨୫ ତାରିଖରେ ନିହତ ବିଧାୟକ ଜଗବନ୍ଧୁଙ୍କ ଅନ୍ତିମ ଯାତ୍ରାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କର ବହୁମନ୍ତ୍ରୀ,ସାଂସଦ ।

କ୍ରାଇମବ୍ରାଞ୍ଚ ଦୀର୍ଘଦିନ ତଦନ୍ତ ପରେ ଜଣେ ସନ୍ଦିଗ୍ଧର ସ୍କେଚଜାରି କରିବା ସହ ୨ ହାର୍ଡକୋର ମାଓବାଦୀଙ୍କ ନାମରେ ଜାମିନ ବିହୀନ ଗିରଫ ପରୱାନା ଜାରିହୋଇ ତଦନ୍ତ ଫାଇଲ ସାମୟିକ ବନ୍ଦ ରହିଥିଲା ।

୨୦୧୧ ନଭେମ୍ବର ୩୦ରେ ବହୁଚର୍ଚ୍ଚିତ ଉମରକୋଟ ଉପନିର୍ବାଚନରେ ଜଗବନ୍ଧୁଙ୍କ ସହଯୋଗୀ ସୁବାସ ଗଣ୍ଡ ୨୧ ହଜାରରୁ ଉର୍ଦ୍ଧ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ।

୧୧ମାସପରେ ଜଗବନ୍ଧୁଙ୍କ ହତ୍ୟା ଘଟଣା ପୁଣି ନାଟକୀୟ ମୋଡ ନେବାସହ ରାଜ୍ୟବାସୀଙ୍କ ଅତୀତ ସ୍ମୃତିକୁ ଉଜ୍ଜିବିତ କରିଥିଲା ।

ଗତ ୩୧ ତାରିଖ ରାତି ୧୦ଟାରେ ଜଗବନ୍ଧୁଙ୍କ ମା ଗୌରୀମଣୀ ଉମରକୋଟ ଥାନାରେ ତାଙ୍କ ପୁଅ ହତ୍ୟାକାଣ୍ଡ ପଛରେ ସହଯୋଗୀ ତଥା ବର୍ତ୍ତମାନର ବିଧାୟକ ସୁବାସ ଗଣ୍ଡ ହାତଥିବା ଅଭିଯୋଗକରି ସୁବାସ ଓ ବି.ବୁଜିରାଓଙ୍କ ନାମରେ ଏତଲା ଦାଏର କଲେ ।

ଏବେ ବହୁ ପ୍ରଶ୍ନ ସାଧାରଣରେ ଉଙ୍କି ମାରୁତିବା ବେଳେ ତଦନ୍ତକାରୀ କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ଉନ୍ମୋଚନ କରିପାରି ନାହିାଁ କିମ୍ବା ହତ୍ୟାକାରୀଙ୍କୁ ଗିରଫ କରାଯାଇନାହିଁ । ମାଓବାଦୀଙ୍କୁ ଦାୟୀ କରିଚୁପ୍ ବସିଛି କ୍ରାଇମବ୍ରାଞ୍ଚ ।

ଓଡ଼ିଶା ଡ଼ଟ୍ କମ୍

Exit mobile version