• Skip to primary navigation
  • Skip to main content
  • Skip to primary sidebar
  • ଯୋଗାଯୋଗ
  • ଆମ ସମ୍ପର୍କରେ
    • ଓଡିଆ ଶିକ୍ଷା
  • କପି ରାଇଟ
  • କ୍ୟାରିୟର
  • ବିଜ୍ଞାପନ ନିୟମ
  • ଲେଖକଙ୍କ ପାଇଁ
  • ଓଡିଶା ଡଟ୍ କମ ଘୋଷଣାନାମା
  • ଓଡିଆ ୱେବସାଇଟ
  • ଆମ ବିଜ୍ଞାପନଦାତା

Odisha.com

Connecting Odias

  • ପ୍ରବାସୀ ଓଡିଆ
    • ମନୋରଞ୍ଜନ
    • ଶିକ୍ଷା
    • ଖେଳ
    • ସାହିତ୍ୟ
  • ସାକ୍ଷାତକାର
  • ଅର୍ଥ-ବ୍ୟବସାୟ
  • ରାଜନୀତି
  • ଆମ ସମ୍ପର୍କରେ
    • ବିଜ୍ଞାପନ ନିୟମ
      • ଆମ ବିଜ୍ଞାପନଦାତା
      • ଲେଖକଙ୍କ ପାଇଁ
      • ଚିଠିପତ୍ର
      • ଯୋଗାଯୋଗ
  • ଆମ ରୋସେଇ ଘରୁ

୨୮ ସେପ୍ଟେମ୍ବର ଭୁବନେଶ୍ୱରରେ ପୂର୍ବାଞ୍ଚଳ ସମବାୟ ସମ୍ମିଳନୀ

September 23, 2012 by admin Leave a Comment

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୨(ଓଡ଼ିଶା ଡ଼ଟ୍ କମ୍) :୨୦୧୨ ମସିହାକୁ ଆର୍ନ୍ତଜାତୀକ ସମବାୟ ବର୍ଷଭାବେ ସାରା ଦେଶ ପାଳନ କରୁଥିବା ବେଳେ ସେପ୍ଟେମ୍ବର ୨୮ ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ସମବାୟ ସମ୍ମିଳନୀ ଅନୁଷ୍ଠିତ ହେବ ।

ଫିସ୍ଫେଡ଼୍ ଓଡ଼ିଶା ଓ ଜାତୀୟ ସମବାୟ ସଂଘ, ନୂଆ ଦିଲ୍ଲୀ ମିଳିତ ଉଦ୍ୟମରେ ଏହି ସମ୍ମିଳନୀ ଓ.ୟୁ.ଏ.ଟି ଡ଼କ୍ଟର ସ୍ୱାମୀନାଥନ ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଉଦ୍ଘାଟିତ ହେବ ।

ରାଜ୍ୟ ସମବାୟ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ହସ୍ତତନ୍ତ୍ର ଓ ବୟନ ଶିଳ୍ପ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଝାଡ଼ଖଣ୍ଡ ସମବାୟ ଓ କଲ୍ୟାଣ ମନ୍ତ୍ରୀ ହାଜି ହୁସେନ୍ ଆନ୍ସାରୀ, ବିହାର ମତ୍ସ୍ୟ ମନ୍ତ୍ରୀ ଗିରିରାଜ ସିଂ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଏହି ସମ୍ମିଳନୀରେ ରାଜ୍ୟ ତଥା ଦେଶରୁ ୬ଶହରୁ ଉର୍ଦ୍ଧ୍ଵ ମାନ୍ୟଗଣ୍ୟ ସମବାୟବିତ୍ ଓ ବରିଷ୍ଠ ପଦାଧିକାରୀ ଯୋଗଦେବେ । ସମ୍ମିଳନୀକୁ ସଫଳ କରିବା ପାଇଁ ରାଜ୍ୟର ଜଣେ ସଫଳ ସମବାୟବିତ୍ ତଥା ବିଧାନ ସଭାର ସରକାରୀ ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରହଲ୍ଲାଦ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରୀ କମିଟି ଗଠକ କରାଯାଇଛି ।

ସେଥିରେ ବିଧାୟକ ଭାଗିରଥି ବଡ଼ଜେନା, ମତ୍ସ୍ୟ ପଶୁ ସମ୍ପଦ ସଚିବ ସତ୍ୟବ୍ରତ ସାହୁ, ସମବାୟ ସଚିବ ବିଷ୍ଣୁପଦ ସେଠୀ, ସମବାୟ ରେଜିଷ୍ଟର ପ୍ରଦିପ୍ତ କୁମାର ପଟ୍ଟନାୟକ, ମତ୍ସ୍ୟ ନିର୍ଦ୍ଦେଶକ ପି. କ୍ରିଷ୍ଣମୋହନ ଏବଂ ମୁଖ୍ୟ ସଂଯୋଜକ ଭାବେ ଫିସ୍ଫେଡ଼୍ର ଅଧ୍ୟକ୍ଷ ତଥା ଫସ୍କୋଫେଡ଼୍ର ଉପାଧ୍ୟକ୍ଷ ଟି ପ୍ରସାଦ ରାଓଦୋରା ଦାୟିତ୍ୱ ତୁଲାଇବେ ।

ସେହିପରି ଅଧ୍ୟକ୍ଷ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗଠିତ ସଂଗଠନ ଓ ଅଭ୍ୟର୍ଥନା କମିଟିରେ ଭୁବନେଶ୍ୱର ସାଂସଦ ଡ଼ଃ ପ୍ରସନ୍ନ ପାଟ୍ଟଶାଣୀ, ମଧ୍ୟ ବିଧାୟକ ବିଜୟ ମହାନ୍ତି, ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ସମେତ ବହୁ ସମବାୟବିତ୍ ସଦସ୍ୟ ଥିବାବେଳେ ଟି. ପ୍ରସାଦ ରାଓଦୋରାଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ ପରିଚାଳନା ପାଇଁ ଅନ୍ୟ ଚାରିଗୋଟି କମିଟି ଏବଂ ପ୍ରେସ୍ ମିଡ଼ିଆ କମିଟିରେ ସଂଯୋଜକ ଭାବେ ସମବାୟ ସୁପର ବଜାରର ସଭାପତି ବିଜୟନାୟକଙ୍କୁ ମନୋନୀତ କରାଯାଇଛି ।

ରାଜ୍ୟର ପ୍ରମୁଖ ସମବାୟବିତ୍ ଅକ୍ଷୟ ମହାନ୍ତି, ଓମ୍ ପ୍ରକାଶ ରାୟ,ସମ୍ବିତ୍ ଆଚାର୍ଯ୍ୟ, ଆଶିଷ ଦାସ, ରଞ୍ଜନ ଦାସ, ଆଶିଷ ସାହୁ, ଧରଣୀଧର ସ୍ୱାଇଁ, ଅଶୋକ ଦାସ ଏବଂ ବରିଷ୍ଠ ସମବାୟ ଅଧିକାରୀ ଭକ୍ତବନ୍ଧୁ ସାହୁ, ଡଃ ପାତଞ୍ଜଳି ତ୍ରିପାଠୀ, ହିମାଂଶୁ ପଣ୍ଡା, ଗାୟତ୍ରୀ ପଟ୍ଟନାୟକ, ରୋଜାଲିନ୍ ସେନାପତି, ମମତା ମହାପାତ୍ର, ଶିବ ଶଙ୍କର ସିଂ, ତ୍ରିଭୁବନ ମହାପାତ୍ର, ସୁଶାନ୍ତ ପଣ୍ଡା, ପ୍ରବୋଧ ରାଉତ ସମେତ ବହୁ ପଦାଧିକାରୀଙ୍କୁ ସଦସ୍ୟ ଭାବେ ଗ୍ରହଣ କରାଯାଇ ସମ୍ମିଳନୀର ସୁପରିଚାଳନା ପାଇଁ ଦାୟିତ୍ୱ ଅର୍ପଣ କରାଯାଇଛି ।

ସେହିଭଳି ସୋଭନିୟର ପ୍ରକାଶ ପାଇଁ ଶ୍ରୀ ବ୍ରହ୍ମାନନ୍ଦ ପରିଡ଼ା ସଂଯୋଜନ କରବା ପାଇଁ ଦଦାୟିତ୍ୱ ଅର୍ପଣ କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀକୁ ରାଜ୍ୟର ସମବାୟବିତ୍, ବୁଦ୍ଧିଜିବୀ ଓ ସାମ୍ବାଦିକ ବନ୍ଧୁଗଣ ସହଯୋଗ କରି ସଫଳ କରିବା ପାଇଁ ଅଧ୍ୟକ୍ଷ ତ୍ରିପାଠୀ ଓ ମୁଖ୍ୟ ସଂଯୋଜକ ଦୋରା ନିବେଦନ କରିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

admin
admin

Filed Under: ମୁଖ୍ୟ ଖବର Tagged With: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ

Reader Interactions

Leave a Reply Cancel reply

Your email address will not be published. Required fields are marked *

This site uses Akismet to reduce spam. Learn how your comment data is processed.

Primary Sidebar

ଆଖ ପାଖ ଖବର ପାଇଁ ଡାଉନଲୋଡ କରନ୍ତୁ

Odisha Local Logo

Tags

ଅପରାଧ ଆଦିବାସୀ ଓଡିଶା ଓଡ଼ିଶା ଖବର କଂଗ୍ରେସ କଟକ କନ୍ଧମାଳ କେନ୍ଦ୍ର ସରକାର କୋରାପୁଟ ଗଣମାଧ୍ୟମ ଛାତ୍ରଛାତ୍ରୀ ଜଗତସିଂହପୁର ଜିଲ୍ଲାପାଳ ନବ କଳେବର ନାଲକୋ ନିର୍ବାଚନ ପର୍ଯ୍ୟଟକ ପଶ୍ଚିମ ଓଡ଼ିଶା ପିପିଲି ପୁରୀ ପୋଲିସ ପୋସ୍କୋ ଫୁଲବାଣୀ ବରଗଡ଼ ବିଜେପି ବିଜେଡ଼ି ବିଧାନସଭା ବିଧାୟକ ଭଦ୍ରକ ଭୁବନେଶ୍ୱର ମାଓବାଦୀ ମାଲକାନଗିରି ମୁଖ୍ୟ ଖବର ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ରାଜନୀତି ରାଜ୍ୟ ସରକାର ଶିକ୍ଷା ସମ୍ବଲପୁର ସରକାର ସାକ୍ଷାତକାର ସାମ୍ବାଦିକ ସମ୍ମିଳନୀ ସ୍ୱାସ୍ଥ୍ୟ ହାଇକୋର୍ଟ

Go to mobile version