Site icon Odisha.com

ଓଭରବ୍ରିଜରୁ ଖସିଲା ସ୍ଲାବ, ଯାତ୍ରୀ ଭୟଭୀତ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍)-ମରଣଯନ୍ତ୍ରା ପାଲଟିଛି ରାଜଧାନୀର ଓଭରବ୍ରିଜ । ରାଜଧାନୀ ଦେଇ ଯାଇଥିବା ୫ ନମ୍ବର ଜାତୀୟ ରାଜପଥର ଜୟଦେବ ବିହାର ଛକ ଓଭରବ୍ରିଜରୁ ସ୍ଲାବ ଖସିପଡିଛି । ହେଲେ କେହି କ୍ଷତିଗ୍ରସ୍ତ ହୋଇନାହାଁନ୍ତି ।

ତେବେ ଏକ ବଡଧରଣର ଦୁର୍ଘଟଣା ଟଳି ଯାଇଛି । ସାଢେ ୩ ଫୁଟ ଲମ୍ବର ସ୍ଲାବ ଖସି ଯାଇଥିବାରୁ ରାଜରାସ୍ତା ଉପରେ ଓ ତଳେ ଯାତାୟାତ କରୁଥିବା ଯାତ୍ରୀମାନେ ଭୟଭୀତ ହୋଇ ପଡିଛନ୍ତି ।

୩ ମାସ ତଳେ ଓଭରବ୍ରିଜରୁ ୩ଟି ସ୍ଲାବ ଖସିଥିବା ବେଳେ ପୁଣି ୨ଟି ସ୍ଲାବ ଖସିବା ଓଭରବ୍ରିଜର ସ୍ଥିତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ରାସ୍ତା କାମ କରୁଥିବା ସିମ୍ପ୍ଲେକ୍ସ କଂପାନୀ ମରାମତି ଆରମ୍ଭ କରିଥିବା ବେଳେ ରାସ୍ତା ଅବରୋଧ କରି କାର୍ଯ୍ୟହେବ ବୋଲି କଂପାନୀର ବିଭାଗୀୟ ଇଂଜିନିୟର କହିଛନ୍ତି ।

ସ୍ଲାବ ଖସିଥିବାରୁ ଓଭରବ୍ରିଜ ଉପରେ ଓ ତଳେ ରାସ୍ତାଦେଇ ଲୋକେ ଯିବା ଆସିବା କରିବାକୁ ଭୟ କରୁଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version