Site icon Odisha.com

ଦିଲ୍ଲିରେ ଓଡିଆଙ୍କ ଗଣେଷ ପୂଜା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୩(ଓଡ଼ିଶା ଡ଼ଟ୍ କମ୍)-ଓଡିଆ ସାସ୍କୃତିକ କଲ୍ୟାଣ ସଂଘ (ଓଡିଶା କଲଚ୍ୟୁରାଲ ୱେଲଫେୟାର ଆସୋସିଏସନ) ତରଫରୁ ଗଣେଷ ପୂଜା ଅନୁଷ୍ଠିତ ହୋଇ ଯାଇଛି ।

ଏହି ଉତ୍ସବରେ ସାଂସଦ କଳିକେଶ ସିଂହ ଦେଓ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ରାଜ୍ୟ ସଭାର ଯୁଗ୍ମ ସଚିବ ସତ୍ୟନାରାୟଣ ସାହୁ ମୁଖ୍ୟବକ୍ତାରୂପେ ଯୋଗଦେଇଥିଲେ ।

ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସଂଘର ସ୍ମରଣୀକା ଉନ୍ମୋଚିତ ହୋଇ ଯାଇଛି । ସଂଘର ସଭାପତି ବିଜୟ ମହାନ୍ତି,ଉପ ସଭାପତି ବନୋଜ କୁମାର ପ୍ରଧାନ,ସାଧାରଣ ସଂପାଦକ ସଂଦୀପ ରାଉତ ଓ ସହ ସଂପାଦକ ପ୍ରକାଶ ପୃଷ୍ଠି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version