Site icon Odisha.com

ନର୍ସିଂ ଛାତ୍ରଛାତ୍ରୀଙ୍କୁ ଅବହେଳା,ପ୍ରତିବାଦରେ ଧାରଣା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

କଟକ,ସେପ୍ଟେମ୍ବର ୨୫(ଓଡ଼ିଶା ଡ଼ଟ୍ କମ୍) – ନର୍ସିଂ ଛାତ୍ରଛାତ୍ରୀମାନେ ମେଡିକାଲ କଲେଜରେ ଅଧିକାଂଶ କାର୍ଯ୍ୟ କରୁଥିଲେ ମଧ୍ୟ ସରକାର ସେମାନଙ୍କୁ ଅବହେଳା କରିଚାଲିଛନ୍ତି; ଯାହାଫଳରେ ନର୍ସିଂ ଛାତ୍ରଛାତ୍ରୀମାନେ ପାଠ ପଢିବା ଅସମ୍ଭବ ହୋଇପଡିଛି ।

କଟକ ବଡ଼ ଡାକ୍ତରଖାନା ନର୍ସିଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ନିୟମିତ ସେବିକାଙ୍କ ଦରମାର ୬୦ପ୍ରତିଶତ କରିବା, ପୋଷାକ ଓ ଧୂଲେଇ ଭ । ପ୍ରଦାନ ସହ ନର୍ସିଂ ପରୀକ୍ଷା ନିର୍ଦ୍ଧାରିତ ସମୟରେ କରିବା ଦାବିରେ ମଙ୍ଗଳବାରଠାରୁ ନର୍ସିଂ ଛାତ୍ରଛାତ୍ରୀମାନେ ଅନିର୍ଦିଷ୍ଟକାଳ ପାଇଁ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଜଣେ ସ୍ଥାୟୀ ନର୍ସ ଦରମାର ୬୦ପ୍ରତିଶତ ଟଙ୍କା ଷ୍ଟାଇପେଣ୍ଡ ଦେବା, ପୋଷାକ ଓ ଧୂଳେଇ ଭ ।, ପରୀକ୍ଷା ନିର୍ଦ୍ଧାରିତ ସମୟରେ ଶେଷ କରିବା, ୧୯୪୧ମସିହାରୁ ପ୍ରତିଷ୍ଠିତ ଛାତ୍ରୀ ନିବାସର ପୁନଃରୁଦ୍ଧାର କରିବା, ଛାତ୍ରମାନଙ୍କ ପାଇଁ ସ୍ୱତନ୍ତ୍ର ହଷ୍ଟେଲ ନିର୍ମାଣ, ଛାତ୍ରମାନଙ୍କୁ ନର୍ସିଂ ପାଠ୍ୟକ୍ରମରେ ପୂର୍ବଭଳି ନାମଲେଖାରେ ସୁଯୋଗ ଦେବାକୁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି ।

ନର୍ସିଂ ଛାତ୍ରଛାତ୍ରୀଙ୍କ ଧାରଣା ଯୋଗୁଁ ଏକାଧିକ ବିଭାଗରେ ରୋଗୀ ସେବାରେ ଆଶିଂକ ପ୍ରଭାବ ପଡିଛି । ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ଧାରଣାରୁ ଓହରିବେ ନାହିଁ ବୋଲି ନର୍ସିଂ ସ୍କୁଲ ଛାତ୍ର ସଂଘର ସାଧାରଣ ସମ୍ପାଦକ ଶେଖ ଖଲିଲଉଲ୍ଲା କହିଛନ୍ତି ।

ଓଡ଼ିଶା ଡ଼ଟ୍ କମ୍

Exit mobile version