Site icon Odisha.com

ଆଲୋଚନାପରେ ଆନ୍ଦୋଳନରୁ ଓହରିଲେ ବିସ୍ଥାପିତ ଗ୍ରାମବାସୀ

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଦାନଗଦି,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – ୪୮ଘଣ୍ଟା ଧରି ଟାଟା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇ ଯାଇଥିଲାା କଳିଙ୍ଗନଗର ଶିଳ୍ପାଞ୍ଚଳରେ ନିର୍ମାଣଧୀନ ରହିଥିବା ବୃହତ ଟାଟା ଇସ୍ପାତ ପ୍ରକଳ୍ପ କାରଖାନା ପାଇଁ ବିସ୍ଥାପିତ କେତେକ ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ବୁଧବାର ସକାଳୁ କାରଖାନାର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା ।

୨୦୦୫ ମସିହାର ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ପ୍ରତ୍ୟେକ ପରିବାରର ସାବାଳକ ସଦସ୍ୟଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ଅଗ୍ରାଧିକାର ଭିତ୍ତିରେ ସାମିଲ କରିବା ଦାବିରେ ବିଭିନ୍ନ ବିସ୍ଥାପିତ କଲୋନୀର ଯୁବକମାନେ କାରଖାନାର ମୁଖ୍ୟ ଫାଟକ ସମେତ ମେଟେରିଆଲ ଗେଟ ସମ୍ମୁଖରେ ପିକେଟିଂ କରିବା ସହ କାମରେ ଯୋଗଦେବାକୁ ଆସିଥିବା ଲୋକଙ୍କୁ ଫାଟକ ନିକଟରୁ ଫେରାଇ ଦେଇଥିଲେ ।

ଗୁରୁବାର ଅପରାହ୍ଣରେ କଳିଙ୍ଗନଗର ଥାନା ଅଧିକାରୀ କିଶୋରଚନ୍ଦ୍ର ମୁଣ୍ଡଙ୍କ ମଧ୍ୟସ୍ଥତାରେ କାରଖାନା ପରିସରରେ ସମ୍ମିଳନୀ କକ୍ଷରେ ଟାଟାର ବରିଷ୍ଠ ପ୍ରଶାସକ ରାଜେଶ ଚିନ୍ତକ ଏବଂ ଆନ୍ଦୋଳନରତ୨୦ରୁ ଅଧିକ ଯୁବକଙ୍କ ମଧ୍ୟରେ ଆଲୋଚନା ହେବାପରେ ଆନ୍ଦୋଳନରତ ଯୁବକମାନେ କାରଖାନାର ଫାଟକ ବନ୍ଦ ଆନ୍ଦୋଳନରୁ ସାମୟିକ ନିବୃତିର ହିବାକୁ ଘୋଷଣା କରିଥିବା ଜଣାପଡିଛି ।

ଓଡ଼ିଶା ଡ଼ଟ୍ କମ୍

Exit mobile version