Site icon Odisha.com

କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟି ବୈଠକ

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) –ପୁର୍ବତଟ ରେଳପଥ ତରଫରୁ ଆଜି ଭୁବନେଶ୍ୱର ର ଚନ୍ଦ୍ରଶେଖରପୁରସ୍ଥ ରେଳ ସଦନ ଠାରେ ୫ମ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ଦ୍ୱୀତୀୟ ବୈଠକ ରେଳପଥର ମହାପ୍ରବନ୍ଧକ ଶ୍ରୀ ଇନ୍ଦ୍ର ଘୋଷଙ୍କୁ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ବହୁ ସଦସ୍ୟ, ଲୋକସଭା ସାଂସଦ, ରାଜ୍ୟସଭା ସାଂସଦ, ବିଧାୟକ, ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ପ୍ରତିନିଧି ଏବଂ ଯାତ୍ରୀ ସଂଗଠନର ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

ଏହି ସଭାରେ ପୁର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ଇନ୍ଦ୍ର ଘୋଷ ପୁର୍ବତଟ ରେଳପଥର ଚଳିତ ଆର୍ଥôକ ବର୍ଷରେ ଯାତ୍ରୀ ଓ ମାଲ ବୋଝେଇ କ୍ଷେତ୍ରରେ ଆଣିଥିବା ସଫଳତା ଓ ଉନ୍ନତି ଉପରେ ଆଲୋକପାତ କରିଥିବା ବେଳେ ଯାତ୍ରୀ ସୁବିଧା, ଜନସାଧାରଣଂକ ଦଦଦଦଦାବୀଏବଂ ଉନ୍ନତି ମୁଳକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।

ଉକ୍ତ ବୈଠକରେ କମିଟୀର ସଦସ୍ୟ ତଥା ଲୋକସଭା ସାଂସଦ ଶ୍ରୀ ଭର୍ତ୍ତୁହରି ମହତାବ ଏବଂ ପ୍ରଦୀପ ମାଝି, ରାଜ୍ୟସଭା ସଦସ୍ୟ ଶ୍ରୀ ମତୀ ରେଣୁବାଳା ପ୍ରଧାନ, ବିଧାୟକ ଶ୍ରୀ ଅନନ୍ତ ଦାସଂକ ସହ ବିଭିନ୍ନ ଯାତ୍ରୀ ସଂଗଠନ ଏବଂ ଚାମ୍ବର ଅଫ କମର୍ସ ଓ ଇଣ୍ଡଷ୍ଟ୍ରିର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ପୁର୍ବତଟ ରେଳପଥର ବିଭିନ୍ନ ବିଭାଗର ପ୍ରମୁଖ ଅଧିକାରୀମାନେ ଏହି ବୈଠକରେ ଉପସ୍ଥିତ ଥିଲେ । କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ସମସ୍ତ ସଦସ୍ୟ ଏହି ବୈଠକରେ ଯୋଗଦାନ କରି ସେମାନଂକର ବହୁମୁଲ୍ୟ ମତାମତ ଏବଂ ପରାମର୍ଶ ଉପସ୍ଥାପନ କରିଥିବା ବେଳେ କ୍ଷେତ୍ରୀୟ ରେଳ ଉପଭୋକ୍ତା ପରାମର୍ଶଦାତା କମିଟିର ସଚିବ ତଥା ପୁର୍ବତଟ ରେଳପଥର ଉପମହାପ୍ରବନ୍ଧକ ଶ୍ରୀ ଏସ.କେ.ପୁରୋହୀତ ଏହି ବୈଠକକୁ ପରିଚାଳନା କରିଥିଲେ ।

ଓଡିଶା ଡଟ୍ କମ

Exit mobile version