Site icon Odisha.com

ସମ୍ଭାବ୍ୟ ଭାରତୀୟ ମହିଳା ରଗ୍ବୀ ଦଳରେ କିସ୍ ର ୪ ବାଳିକା

ଓଡ଼ିଶା ଡ଼ଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୨୮(ଓଡ଼ିଶା ଡ଼ଟ୍ କମ୍) – ସମ୍ଭାବ୍ୟ ଭାରତୀୟ ମହିଳା ରଗ୍ବୀ ଦଳରେ କିସ୍ ର ୪ଜଣ ଛାତ୍ରୀ ସ୍ଥାନ ପାଇଛନ୍ତି । ଏଥିରେ ମନୋନୀତ ହୋଇ ସାମ୍ଭାବ୍ୟ ଭାରତୀୟ ମହିଳା ରଗ୍ବୀ ଦଳରେ ସେମାନେ ସ୍ଥାନ ପାଇବା ପରେ ଏସିଆନ୍ ମହିଳା ରଗ୍ବୀ ଟୁର୍ଣ୍ଣାମେଣ୍ଟ ଖେଳିବେ ।

ସମ୍ଭାବ୍ୟ ଦଳରେ ସ୍ଥାନ ପାଇଥିବା ଖେଳାଳି ମାନଙ୍କ ମଧ୍ୟରେ ଭାଗ୍ୟଲକ୍ଷ୍ମୀ ବାରିକ, ସୀତାମଣି ହେମ୍ବ୍ରମ୍, ସଞ୍ଜୁକ୍ତା ମୁଣ୍ଡା ଏବଂ ମୀରାରାଣୀ ହେମ୍ବ୍ରମ୍ । ସେଥିମଧ୍ୟରୁ ଭାଗ୍ୟଲକ୍ଷ୍ମୀ ବାରିକ ୨୦୧୦ ଏସିଆନ୍ ଗେମ୍ସ ପାଇଁ ଭାରତୀୟ ମହିଳା ରଗ୍ବୀ ଦଳରେ ସ୍ଥାନ ପାଇ ରାଜ୍ୟର ଗୌରବ ବୃଦ୍ଧି କରିଥିଲେ ।

ଏହି ଖେଳାଳିମାନେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୮ତାରିଖ ପର୍ଯ୍ୟନ୍ତ ପୁନେର ବାଲ୍ୱାଡ଼ି ସ୍ପୋର୍ଟ୍ସ କମ୍ପ୍ଲେକ୍ସଠାରେ ଅନୁଷ୍ଠିତ ଚୟନ ଶିବିରରେ ସାମିଲ ହୋଇଛନ୍ତି । ଏସିଆନ୍ ମହିଳା ରଗ୍ବୀ ଟୁର୍ଣ୍ଣାମେଣ୍ଟ ରୁ ମନୋନୀତ ଦଳ ମହିଳା ରଗ୍ବୀ ବିଶ୍ୱକପ୍ ଖେଳିବାର ସୁଯୋଗ ପାଇବେ ।

ଓଡ଼ିଶା ଡ଼ଟ୍ କମ୍

Exit mobile version