Site icon Odisha.com

ପ୍ରଫେସର ପ୍ରଦୀପ୍ତ କିଶୋର ଦାଶଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ଓଡିଶା ଡଟ୍ କମ୍ ସମ୍ବାଦଦାତା

ଭୁବନେଶ୍ୱର,ସେପ୍ଟେମ୍ବର ୩୦(ଓଡ଼ିଶା ଡ଼ଟ୍ କମ୍) -ବିଜ୍ଞାନ ଗବେଷଣା କ୍ଷେତ୍ରରେ ଉକ୍ତର୍ଷତା ପାଇଁ ପ୍ରଫେସର ପ୍ରଦୀପ୍ତ କିଶୋର ଦାଶଙ୍କୁ ୨୦୧୦ ମସିହାର ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କର କରାଯାଇଛି ।

ଭୁବନେଶ୍ୱରସ୍ଥ ଜୟଦେବ ଭବନ ଠାରେ ଓଡିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ବୈଜ୍ଞାନିକ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାଶଙ୍କୁ ଏହି ପୁରସ୍କାର ପ୍ରଦାନ କରିଥିଲେ । ପୁରସ୍କାର ବାବଦ ତାଙ୍କୁ ଦୁଇ ଲକ୍ଷ ଟଙ୍କା, ପଦକ, ଫଳକ ଓ ଶାଲ ପ୍ରଦାନ କରାଯାଇଥିଲା ।

ବିଜ୍ଞାନ ଗବେଷଣାର ସୁଫଳ ଗ୍ରାମା ଳର ଲୋକମାନଙ୍କ ପାଇଁ ଉପଯୋଗୀ ହେବା ଆବଶ୍ୟକ ବୋଲି ପଟ୍ଟନାୟକ ଏହି ଅବସରରେ କହିଛନ୍ତି ।

ଭୁବନେଶ୍ୱରସ୍ଥ ଜୟଦେବ ଭବନ ଠାରେ ଓଡିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ବୈଜ୍ଞାନିକ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜ୍ଞାନ ଗ୍ରାମାଞ୍ଚଳର ଅବସ୍ଥାରେ ଉନ୍ନତି ଆଣିବାରେ ସହାୟକ ହେବା ଉଚିତ ।

ବୈଷୟିକ ପ୍ରଗତି ଦ୍ୱାରାଆମେ ଜଳସଂପଦ ପରିଚାଳନା, ଶକ୍ତି ଆବଶ୍ୟକତା, ପାଣିପାଗ ପରିବତ ର୍ନ ଆଦି ବିଭିନ୍ନ ସମସ୍ୟାର ଫଳପ୍ରଦ ସମାଧାନ କରିପାରିବା । ତେଣୁ ବିଜ୍ଞାନ ଗବେଷଣା ଏବଂ ଉଚ୍ଚଶିକ୍ଷା ମଧ୍ୟରେ ସମନ୍ୱୟ ରଖାଯିବ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ଓଡିଶା ବିଜ୍ଞାନ ଏକାଡେମୀର ସଭାପତି ପ୍ରଫେସର ବାସୁଦେବ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ବିଦ୍ୟା ବିଭାଗ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ , ବିଭାଗୀୟ ସଚିବ ଶ୍ରୀ ଦେବେନ୍ଦ୍ର ନାଥ ଗୁପ୍ତା ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

ବିଜ୍ଞାନ ଏକାଡେମୀର ସଭାପତି ଶ୍ରୀ ସନାତନ ରଣା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଉପସଭାପତି ଶ୍ରୀ ଶଶୀ ନାରାୟଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଅବସରରେ ପ୍ରଫେସର ମିଶ୍ର, ଡଃ ଜାଫ୍ରାନ କେଶ ରାୟ, ପ୍ରଫେସର ଗୋପବନ୍ଧୁ ବେହେରା ଓ ପ୍ରଫେସର ଆଶୁତୋଷ ରାୟଙ୍କୁ ବରିଷ୍ଠ ବୈଜ୍ଞାନିକ ସମ୍ମାନ, ଡଃ ସାବିତ୍ରୀ ଶର୍ମା, ପ୍ରଫେସର ରଙ୍କନିଧି ସାହୁ, ଡଃ ଶୁଭାଂଶୁ ରଂଜନ ସାମନ୍ତରାୟ, ପ୍ରଫେସର ଅଶ୍ୱିନୀ କୁମାର ପ୍ରଧାନଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର, ଡଃ ଉମାକାନ୍ତ ସୁବୁଦ୍ଧି, ଡଃ ରତି ରଞ୍ଜନ ନାୟକ, ଡଃ ଅଜିତ କୁମାର ବରିଶାଲଂକୁ ଯୂବ ବୈଜ୍ଞାନିକ ସମ୍ମାନ ଏବଂ ଶ୍ରୀମତି ରେଖା ଦାସ ଓ ଶ୍ରୀ ଶରତ ଚନ୍ଦ୍ର ମିଶ୍ରଂକୁ ପ୍ରାଣକୃଷ୍ନ ପରିଜା ଲୋକ ବିଜ୍ଞାନ ସମ୍ମାନରେ ମୁଖ୍ୟମନ୍ତ୍ରୀ ସମ୍ମାନିତ କରିଥିଲେ ।

ଓଡିଶା ଡଟ୍ କମ

 

Exit mobile version